Posted inଜାତୀୟ

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌କୁ ନେଇ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କୋରାନ ଉପରେ ଡକ୍ୟୁମେଣ୍ଟାରୀ କରନ୍ତୁ

ଲକ୍ଷ୍ନୌ,୨୯।୬:ରିଲିଜ ପରେ ମଧ୍ୟ ଫିଲ୍ମ ଆଦିପୁରୁଷ ବିବାଦ ଥମିବାର ନାଁ ନେଉନାହିଁ। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କ ଉପରେ ହାଇକୋର୍ଟ ବର୍ଷିିଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଫିଲ୍ମ ଉପରେ ନିଷେଧାଦେଶ ଦାବି କରିଥିବା ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ଆପଣମାନେ ଧାର୍ମିକ ଗ୍ରନ୍ଥଗୁଡିକୁ ରକ୍ଷା କରନ୍ତୁ। ଏଥିସହ କୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ତଥା କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେଟ ବୋର୍ଡକୁ ଏହି ଆବେଦନର ଉତ୍ତରରେ ବ୍ୟକ୍ତିଗତ ଆଫିଡେଭିଟ ଦାଖଲ କରିବାକୁ କହିଛନ୍ତି।

ଜଷ୍ଟିସ ରାଜେଶ ସିଂ ଚୌହାନ ଏବଂ ଶ୍ରୀପ୍ରକାଶ ସିଂଙ୍କ ବେଞ୍ଚ କହିଛନ୍ତି ଯେ, ଆପଣମାନେ ବାଇବେଲ ଏବଂ କୋରାନକୁ ଛୁଇଁବା ଉଚିତ ନୁହେଁ। କୌଣସିି ଧର୍ମକୁ ଭୁଲ ଭାବରେ ଉପସ୍ଥାପନ କରନ୍ତୁ ନାହିଁ । କୋର୍ଟର କୌଣସି ଧର୍ମ ନାହିଁ। କୋର୍ଟ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିଥାଏ।

ଜଷ୍ଟିସ ଚୌହାନ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାଙ୍କ କାମ କେବଳ ଟଙ୍କା ରୋଜଗାର କରିବା। ଏଥର କୋରାନ ବିଷୟରେ ଏକ ଛୋଟ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତୁ। ସେଥିରେ ଏପରି ଭୁଲ ସିନ୍‌ ଦେଖାନ୍ତୁ। ତା’ପରେ ଦେଖିବା କଣ ହେଉଛି।

ଆବେଦନକାରୀଙ୍କ ଉପରେ ବର୍ଷି କୋର୍ଟ ଆହୁରି କହିଛନ୍ତି ଯେ, ଆପଣ ନୂତନ ପିଢିକୁୁ କ’ଣ ଶିଖାଇବାକୁ ଚାହୁଁଛନ୍ତି? ରାମାୟଣର ଅନେକ ଚରିତ୍ରଙ୍କୁ ପୂଜା କରାଯାଏ ଏବଂ ଚଳଚ୍ଚିତ୍ରରେ ସେମାନଙ୍କୁ ସମ୍ମାନ ଦେଖାଯାଏ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଜଣେ ଜଜ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ କହିଥିଲେ ଯେ ଏହି ଫିଲ୍ମ ଦ୍ୱାରା ସେମାନଙ୍କ ଭାବନା ଆହତ ହୋଇଛି। କିଛି ଲୋକ ଫିଲ୍ମ ହଲ୍‌ରେ ପୁରା ଫିଲ୍ମ ଦେଖିପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri