ସୂର୍ଯ୍ୟାସ୍ତ ପରେ ଏସବୁ ମନା…

ସୂର୍ଯ୍ୟାସ୍ତ ପରେ ଘଣ୍ଟାଏ ପର୍ଯ୍ୟନ୍ତ କେତେକ କାର୍ଯ୍ୟ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସନ୍ଧ୍ୟା ସମୟରେ ଶୋଇଲେ ଖାଦ୍ୟ ଗ୍ରହଣ କଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକ୍ରିୟା ବାଧା ପାଇଥାଏ। ଦିନ ସମୟରେ ସୂର୍ଯ୍ୟଥିବାରୁ ଶରୀରର ଆରୋବିକ୍‌ ତଥା ଆନ୍‌ଆରୋବିକ୍‌ ପ୍ରକିୟାରେ କୌଣସି ବାଧା ସୃଷ୍ଟି ହୋଇ ନ ଥାଏ । କିନ୍ତୁ ସନ୍ଧ୍ୟା ସମୟରେ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇ ଥାଏ। ତେଣୁ ଏହି ସମୟରେ ଶୋଇଲେ କିମ୍ବା ଖାଦ୍ୟ ଗ୍ରହଣ କଲେ ହଜମ ହେବାରେ ସମସ୍ୟା ସୃଷ୍ଟି ହୁଏ। ଫଳରେ ଶରୀରର ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା ହୋଇ ପାରି ନ ଥାଏ। ଏହାର ପ୍ରଭାବ ଯୋଗୁ ଶରୀରରେ କୋଲେଷ୍ଟରଲସ୍ତର ବୃଦ୍ଧି ପାଏ। ଫଳରେ ଉଚ୍ଚ ରକ୍ତଚାପ ସହିତ ହାର୍ଟଆଟାକ୍‌ ଭଳି ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ତେବେ ରାତ୍ର ୮ଟା ଅବା ୯ଟା ପରେ ଶୋଇଲେ ଭଲ ବୋଲି ଚିକିତ୍ସକ କହିଥାନ୍ତି।