ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରେ ଏସବୁ ମସଲା…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ବ୍ଲଡ୍‌ ସୁଗାର ସମସ୍ୟା ଦେଖାଯାଇଥାଏ। ଏହାକୁ ନେଇ ଲୋକେ ମାନସିକ ଚିନ୍ତାଗସ୍ତ ହୋଇଥାନ୍ତି। ତେବେ ନିତିଦିନିଆ ଜୀବନରେ କେତେକ କାର୍ଯ୍ୟ କଲେ ଏଥିରୁ ସହଜରେ ଦୂରେଇ ରହିହେବ। ପ୍ରତିଦିନ କିଛି ସମୟ ଶାରୀରିକ ବ୍ୟାୟାମ କରିବା ସହିତ ଉପଯୁକ୍ତ ଖାଦ୍ୟଶୈଳୀୀ ଆପଣେଇବାକୁ ପଡ଼ିବ। ଆମେ ବ୍ୟବହାର କରୁଥିବା ମସଲା ମଧ୍ୟରେ ହଳଦୀ, ଲବଙ୍ଗ ଏବଂ ଡାଳଚିନି ବ୍ଲଡ୍‌ ସୁଗାରସ୍ତରକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ରାତିରେ କପେ ପାଣିରେ ଅଧଚାମୁଚେ ହଳଦୀ ଗୁଣ୍ଡ, ୫ଟି ଲବଙ୍ଗ ଏବଂ ଡାଳଚିନି କାଠି ଭିଜାଇ ରଖି ଏହାର ପାଣିକୁ ଛାଣି ପିଇଲେ ବ୍ଲଡ୍‌ ସୁଗାର ନିୟନ୍ତ୍ରିତ ହୋଇଥାଏ। ସେହିପରି ଏସବୁକୁ ଖାଦ୍ୟ ରାନ୍ଧିବା ସମୟରେ ତରକାରୀରେ ପକାଇଲେ ମଧ୍ୟ ସୁଫଳ ମିଳିଥାଏ। ଏଭଳି ୩ ମାସ ପର୍ଯ୍ୟନ୍ତ କଲେ ବ୍ଲଡ୍‌ ସୁଗାରସ୍ତର ସ୍ବାଭାବିକ ହୁଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।