ନଖର ରଙ୍ଗରୁ ବି ଜାଣିହେବ ଏସବୁ ସମସ୍ୟା…

ନଖର ରଙ୍ଗରୁ ଶରୀରରେ କେଉଁ ରୋଗ ହୋଇଛି ଅବା କେଉଁ ଅଙ୍ଗ ସ୍ବାଭାବିକ ଭାବେ କାର୍ଯ୍ୟ କରୁ ନାହିଁ ତାହା ସହଜରେ ଜଣାପଡ଼ିଥାଏ। ବିଭିନ୍ନ ରୋଗ ସହିତ ନଖର ସମ୍ପର୍କ ରହିଛି। ରୋଗ ଅନୁସାରେ ଗୋଡ଼ ଏବଂ ହାତ ନଖର ରଙ୍ଗରେ ପରିବର୍ତ୍ତନ ହୋଇଥାଏ। ନଖର ରଙ୍ଗ ଯଦି ଧଳା ପଡ଼ିଯାଉଛି ତାହା ଲିଭରରେ କିଛି ସମସ୍ୟାକୁ ସୂଚିତ କରିଥାଏ। ଦୀର୍ଘଦିନ ଧରି ନଖର ଅବସ୍ଥା ଏପରି ରହିଲେ ଗୁରୁତର ହେପାଟାଇଟିସ୍‌ ହେବାର ଆଶଙ୍କା ରହିଥାଏ । ନଖ ରଙ୍ଗ ହଳଦିଆ ଦିଶୁଛି ଅବା ରଙ୍ଗ ଧୀରେ ଧୀରେ ଗାଢରୁ ଅଧିକ ଗାଢ ହେବାରେ ଲାଗିଛି ତେବେ ଏହା ଫୁସ୍‌ଫୁସ୍‌ ସଂକ୍ରମଣକୁ ସୂଚିତ କରେ। ଏଭଳି ସ୍ଥିତି ମଧ୍ୟ ଜଣ୍ଡିସ୍‌ ବା କାମଳ ରୋଗର ଲକ୍ଷଣ ହୋଇପାରେ। ନଖର ରଙ୍ଗ ଅଧେ ସଫା ଓ ଅଧେ ଗୋଲାପୀ ଦେଖାଗଲେ ତାହା ମଳଦ୍ୱାର ସମସ୍ୟାକୁ ଦର୍ଶାଇଥାଏ। ନଖର ଉପର ଅଂଶ ହଳଦିଆ ଥାଇ ତଳ ଅଂଶ ଧଳା ପଡ଼ି ଯାଉଥିଲେ, ରକ୍ତହୀନତା ସମ୍ପର୍କରେ ସୂଚନା ମିଳିଥାଏ। ଶରୀରରେ ଦେଖା ଦେଉଥିବା ବିଭିନ୍ନ ରୋଗ ଦ୍ୱାରା ବିଭିନ୍ନ ହରମୋନ୍‌ ତଥା ରାସାୟନିକ ପଦାର୍ଥ କ୍ଷରଣରେ ଅନିୟମିତତା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ନଖ ଉପରେ ପଡ଼ିଥାଏ ଫଳରେ ରଙ୍ଗରେ ପରିବର୍ତ୍ତନ ଆସିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତପୋଷଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri