ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ ଅଭିନେତା

ଫେବୃୟାରୀ ୧୪କୁ ବିଶ୍ୱର ଅନେକ ଦେଶରେ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନଟି ପ୍ରେମର ଅଭିବ୍ୟକ୍ତିର ଦିନ ବୋଲି କୁହାଯାଏ। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିଥିଲେ। ସଞ୍ଜୟ ଦତ୍ତଙ୍କ ଠାରୁ ଅର୍ଶଦ ୱାର୍ସିଙ୍କ ପର୍ଯ୍ୟନ୍ତ ଅଭିନେତାମାନେ ଭାଲେଣ୍ଟାଇନ୍ସ ଡେ’ ସ୍ମୃତି କରିବାକୁ ସେହି ବିବାହ କରିଥିଲେ।
ଅଭିନେତା ସଞ୍ଜୟ ଦତ୍ତ ତିନିଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ମୃତ୍ୟୁପରେ ସଞ୍ଜୟ ଦତ୍ତ ଫେବୃୟାରୀ ୧୪, ୧୯୮୮ରେ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ସଞ୍ଜୟ ଏବଂ ରିୟାଙ୍କ ଛାଡପତ୍ର ହୋଇଥିଲା। ରିୟାଙ୍କଠାରୁ ଅଲଗା ହେବା ପରେ ସଞ୍ଜୟ ୨୦୦୮ରେ ମାନ୍ୟତା ଦତ୍ତଙ୍କୁ ବିବାହ କରିଥିଲେ।

ଅଭିନେତା ଅର୍ଶଦ ୱାର୍ସି ମଧ୍ୟ ଭାଲେଟାଇନ୍ସ ଡେ’ରେ ବିବାହ କରିଥିଲେ। ଅର୍ଶଦ ୱାର୍ସିଙ୍କ ସ୍ତ୍ରୀଙ୍କ ନାମ ମାରିଆ ଗୋରେଟି।

ଅନେକ ଟିଭି ସିରିଏଲ, ୱେବ ସିରିଜ ଏବଂ ଚଳଚ୍ଚିତ୍ରରେ କାମ କରିଥିବା ରାମ କପୁର ତାଙ୍କ ସହ-ଅଭିନେତ୍ରୀ ଗୌତମୀଙ୍କୁ ୧୪ ଫେବୃୟାରୀ ୨୦୦୩ରେ ବିବାହ କରିଥିଲେ।

ଅଭିନେତ୍ରୀ ମନ୍ଦିରା ବେଦୀ ୧୪ ଫେବୃୟାରୀ ୧୯୯୯ରେ ରାଜ କୌଶଲଙ୍କୁ ବିବାହ କରିଥିଲେ। ୨୦୨୧ ମସିହାରେ ରାଜଙ୍କ ଦେହାନ୍ତ ହୋଇଛି।

ପ୍ରସିଦ୍ଧ ଅଭିନେତ୍ରୀ ମମତାଜଙ୍କ ପୁଅ ଅଭିନେତା ରୁସଲାନ ମମତାଜ ୪ ଫେବୃୟାରୀ ୨୦୧୪ ରେ ଅଭିନେତ୍ରୀ ନିରାଲି ମେହେଟ୍ଟାଙ୍କ ସହ କୋର୍ଟରେ ବିବାହ କରିଥିଲେ।

Share