ଏହି ସବୁ ବଡ ଫିଲ୍ମକୁ ସଲମାନ କରିଥିଲେ ରିଜେକ୍ଟ କିନ୍ତୁ ଶାହରୁଖ ଏଥିରେ ଅଭିନୟ କରି ହୋଇଥିଲେ ସୁପରଷ୍ଟାର

ମୁମ୍ବାଇ,୨୫।୪: ସଲମାନ ଖାନ୍‌ ତାଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଯୋଗୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବକ୍ସ ଅଫିସରେ ଏହା ସେତେଟା ହିଟ୍‌ ହୋଇପାରି ନାହିଁ। ରିଲିଜ୍‌ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ୬୫କୋଟିର ବ୍ୟବସାୟ କରିପାରିଛି। ତେବେ ଆପଣଙ୍କୁ କେତୋଟି ଫିଲ୍ମ୍ମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସଲମାନ ଖାନ୍‌ ମନା କରି ଦେଇଥିଲେ କିନ୍ତୁ ଶାହରୁଖ ଖାନ୍‌ ଏହି ଫିଲ୍ମରେ ଅଭିନୟ କରି ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ହୋଇଥିଲେ।

ଫିଲ୍ମ ବାଜିଗର ୯୦ଦଶକରେ ରିଲିଜ ହୋଇଥିଲା। ଅବ୍ବାସ-ମସ୍ତାନାଙ୍କ ନିର୍ଦ୍ଦେଶନା ଦେଇଥିବା ଏହି ଫିଲ୍ମର ସସପେନ୍ସ ଓ ଥ୍ରୀଲର ମିଶ୍ରିତ ଟ୍ବିଷ୍ଟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବକ୍ସ ଅଫିସରେ ଏହି ଫିଲ୍ମ ହିଟ୍‌ ହୋଇଥିଲା। ଏହି ଫିଲ୍ମ ଯୋଗୁ ଶାହରୁଖଙ୍କୁ ଇଣ୍ଡଷ୍ଟ୍ରୀରେ ନୂଆ ପରିଚୟ ମିଳିଥିଲା। ତେବେ ଏହି ଫିଲ୍ମ ପ୍ରଥମେ ସଲମାନ ଖାନ୍‌ଙ୍କୁ ଅଫର୍‌ କରାଯାଇଥିଲା କିନ୍ତୁ କିଛି କାରଣ ବଶତଃ ସେ ମନା କରି ଦେଇଥିଲେ।

ଡିଡିଏଲଜି ବା ଦିଲ୍‌ବାଲେ ଦୁଲହନିଆ ଲେ ଜାଏଙ୍ଗେ ଫିଲ୍ମରେ ଶାହରୁଖଙ୍କ ଅଭିନୟ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ଅଭିନୟ କରିଥିବା ଫିଲ୍ମ ବୋଲି କୁହାଯାଏ। ଏହି ଫିଲ୍ମ ବଲିଉଡ୍‌ର ଅଲ ଟାଇମ୍‌ ବ୍ଳକବଷ୍ଟର ଫିଲ୍ମ ଭାବେ ପରିଚିତ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୟଶ୍‌ରାଜ ଫିଲ୍ମ ପ୍ରଡକ୍ସନର ଏହି ଫିଲ୍ମକୁ ପ୍ରଥମେ ସଲମାନଙ୍କୁ ଅଫର୍‌ କରାଯାଇଥିଲା। ତେବେ ଏହାକୁ ବି ସଲମାନ ମନା କରି ଦେଇଥିଲେ। ରିପୋର୍ଟ ମୁତାବିକ ସଲମାନଙ୍କ ପରେ ଏହି ଫିଲ୍ମର ନିର୍ମାତାମାନେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଅଫର୍‌ ଦେଇଥିଲେ। କିନ୍ତୁ ସେ ବି ମୁଖ୍ୟ ଚରିତ୍ର ରାଜ ମଲହୋତ୍ରାର ଭୂମିକାରେ ଅଭିନୟ କରିବାକୁ ମନା କରିଥିଲେ। ପରେ ଶାହରୁଖ ଏଥିପାଇଁ ରାଜି ହୋଇଥିଲେ।

ସଲମାନ ଖାନ୍‌ ଅଭିନୟ ପାଇଁ ଅରାଜି ହୋଇଥିବା ବ୍ଲକ୍‌ବଷ୍ଟର ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ଚକ୍‌ ଦେ ଇଣ୍ଡିଆ। ଏହାକୁ ମଧ୍ୟ ସଲମାନ ଖାନ୍‌ ମନା କରିଥିଲେ। କିନ୍ତୁ କିଙ୍ଗ୍‌ ଖାନ୍‌ଙ୍କର ଚମତ୍କାର ଅଭିନୟକୁ ଦର୍ଶକ ବହୁ ପରିମାଣରେ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri