ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହିସବୁ ଅଭିନେତ୍ରୀ: ପଛରେ ଥିଲା ଏମିତି କାରଣ

ଆଜିକାଲି ନୂଆ ପିଢିର ଅଭିନେତ୍ରୀମାନେ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମ କରିବାକୁ ସ୍ବପ୍ନ ଦେଖୁଛନ୍ତି। କାରଣ ଅକ୍ଷୟ କୁମାରଙ୍କ ଉପସ୍ଥିତି ଫିଲ୍ମ ସଫଳ ହେବାର ସମ୍ଭାବନା ବଢାଇଥାଏ। କିନ୍ତୁ ପୂର୍ବରୁ ଏମିତି କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ତାଙ୍କ ସହ କାମ କରିବାକୁ ମନା କରି ଦେଇଛନ୍ତି।

ରାଣୀ ମୁଖାର୍ଜୀ
ଅଭିନେତ୍ରୀ ରାଣୀ ମୁଖାର୍ଜୀ ବିବାହ ପରେ ଚଳଚ୍ଚିତ୍ରରେ ସେତେ ସକ୍ରିୟ ନାହାନ୍ତି। ତଥାପି ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ୯୦ ଦଶକର ଶକ୍ତିଶାଳୀ ଅଭିନେତ୍ରୀ ରାଣୀ ଅକ୍ଷୟଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଅକ୍ଷୟଙ୍କ ଗର୍ବ ଯୋଗୁ ସେ ଏପରି କରିଥିବା ଏକ ସାକ୍ଷାତକାରରେ ସେ କହିଥିଲେ।

କଙ୍ଗନା ରାଣାଓ୍ବତ
ଅଭିନେତ୍ରୀ ରାଣୀ ମୁଖାର୍ଜୀ ଗୋଟିଏ ଫିଲ୍ମକୁ ନିଜେ ହିଟ କରିବାର କ୍ଷମତା ଅଛି। ଦର୍ଶକମାନେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ଭଲ ପାଆନ୍ତି। ଥରେ କଙ୍ଗନା କହିଥିଲେ ଯେ, ସଫଳ ହେବା ପାଇଁ ତାଙ୍କୁ ଜଣେ ବଡ ଅଭିନେତାଙ୍କ ସହ ଫିଲ୍ମ କରିବା ଆବଶ୍ୟକ ନାହିଁ। ବୋଧହୁଏ ଏହି କାରଣରୁ କଙ୍ଗନା ଅକ୍ଷୟଙ୍କ ସହ କୌଣସି ଫିଲ୍ମ କରିନାହାଁନ୍ତି।

ଦିଶା ପଟାନୀ
ଅଭିନେତ୍ରୀ ଦିଶା ପଟାନୀ ଅକ୍ଷୟଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ, କିନ୍ତୁ ଯେଉଁ ଫିଲ୍ମରେ ସେ ସୁଯୋଗ ପାଇଥିଲେ ବିଦ୍ୟା ବାଲାନଙ୍କ ସମେତ ଆଉ ଦୁଇଜଣ ଅଭିନେତ୍ରୀ ଏହି ଫିଲ୍ମରେ ଥିଲେ। ଦିଶା ଅନୁଭବ କଲେ ଯେ, ସେ ଏତେ ସଂଖ୍ୟକ ମୁଖ୍ୟ କଳାକାରଙ୍କ ମଧ୍ୟରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ନାହିଁ। ଏହି କାରଣରୁ ସେ ଫିଲ୍ମର ଏକ ଅଂଶ ହେବାକୁ ରାଜି ହୋଇ ନ ଥିଲେ।

ରବୀନା ଟଣ୍ଡନ
ପୂର୍ବରୁ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଛି। ଏପରିକି ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା। ଏହାପରେ ରବୀନା ଅକ୍ଷୟଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ ବୋଲି କହିଥିଲେ।

ଦିଆ ମିର୍ଜା
ଦିଆ ମିର୍ଜା ଏପର୍ଯ୍ୟନ୍ତ ଅକ୍ଷୟ କୁମାରଙ୍କ ସହ କୌଣସି ଫିଲ୍ମ କରିନାହାଁନ୍ତି କାରଣ ସେ ଅନୁଭବ କରୁଛନ୍ତି ଯେ ଅକ୍ଷୟ ତାଙ୍କ ସହ-ଅଭିନେତାମାନଙ୍କୁ ଅବମାନନା କରୁଛନ୍ତି।

ଶିଳ୍ପା ସେଟ୍ଟୀ
ଏକ ସମୟ ଥିଲା ଯେତେବେଳେ ଅକ୍ଷୟ କୁମାର ଶିଳ୍ପା ଶେଟ୍ଟୀଙ୍କୁ ଡେଟ କରୁଥିଲେ । ବ୍ରେକଅପ ପରେ ଦୁହେଁ କୌଣସି ଫିଲ୍ମରେ ଏକାଠି ଅଭିନୟ କରି ନ ଥିଲେ।

Share