କିଆରା-ସିଦ୍ଧାର୍ଥଙ୍କ ବିବାହ ସମାରୋହରେ ସାମିଲ ହେବେ ଏହି ସବୁ ଅଭିନେତା

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ମଧ୍ୟରୁ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ପ୍ରଶଂସକ। ବର୍ତ୍ତମାନ ଏହି ଯୋଡି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବେଶ୍‌ କିଛି ଦିନ ହେବ ସେମାନଙ୍କର ବିବାହ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ସିଦ୍ଧାର୍ଥ-କିଆରାଙ୍କ ବିବାହରେ ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ସେଲିବ୍ରିଟିମାନେ ସାମିଲ ହେବେ। ଷ୍ଟାର ଯୋଡି ତାଙ୍କ ବିବାହରେ କିଛି ମନୋନୀତ ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି। କାରଣ ବିବାହକୁ ସେମାନେ ସିକ୍ରେଟ୍‌ ରଖିବାକୁ ଚାହୁଁଛନ୍ତି। ଖବର ଅନୁଯାୟୀ, ତାଙ୍କ ପରିବାର ବ୍ୟତୀତ ଇଣ୍ଡଷ୍ଟ୍ରିର ଅନେକ ଜଣାଶୁଣା ଅଭିନେତା ଯୋଗ ଦେବେ। କିଆରାଙ୍କର ଆରସି ୧୫ର ସହ-ତାରକା ରାମ ଚରଣ, ଏବଂ କବୀର ସିଂ ସହ-ତାରକା ସାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ଯୋଗ ଦେବେ ବୋଲି ଶୁଣାଯାଉଛି। ସେହିପରି କିଛି ନିର୍ଦ୍ଦେଶକ ଏବଂ ନିର୍ମାତା ବିବାହ ସମାରେହକୁ ଆସିପାରନ୍ତି। ଏଥି ବ୍ୟତୀତ ବରୁଣ ଧାୱନ, ବିକି କୌଶଲ, କ୍ୟାଟ୍ରିନା କୈଫ, ରାକୁଲ ପ୍ରୀତ ଏବଂ ଜ୍ୟାକି ଭାଗ୍ନାନୀ ମଧ୍ୟ ସାମିଲ ହୋଇପାରନ୍ତି।

Share