Categories: ଫୁରସତ

ଏସବୁ ୫ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ…

ପ୍ରେମ ନେଇ ସଭିଙ୍କ ମନରେ ଥାଏ ସମ୍ବେଦନଶୀଳତା। ତେବେ କେତେକ ଲୋକ ଆରେଞ୍ଜ୍‌ ମ୍ୟାରେଜ୍‌କୁ ପସନ୍ଦ କରୁଥିବାବେଳେ କିଛି ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି। ମନରେ ଏଭଳି ଭାବନା ସୃଷ୍ଟି କ୍ଷେତ୍ରରେ ଜନ୍ମ ଜାତକରେ ଗ୍ରହଙ୍କ ଯୋଗ ଏବଂ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଜ୍ୟୋତିଷମାନେ ମତପୋଷଣ କରିଥାନ୍ତି। ୧୨ଟି ରାଶି ମଧ୍ୟରେ ୫ଟି ରାଶିର ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ବିବାହ ପାଇଁ ଅଧିକ ଉତ୍ସୁକତା ରହିଥାଏ। ସେସବୁ ରାଶି ଗୁଡ଼ିକ ହେଉଛି ମେଷ, ବୃଷ, ମିଥୁନ, ଧନୁ ଓ ମକର ପ୍ରଭୃତି। ମେଷ ରାଶିର ବ୍ୟକ୍ତି ସାଧାରଣତଃ ଅଧିକ ଭାବୁକ। ତାଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ଏହି ରାଶିର ଲୋକେ ବେଶି ବିଶ୍ୱାସ କରିଥାନ୍ତି। ମେଷ ରାଶି ବ୍ୟକ୍ତି ପ୍ରେମକୁ ଗୁରୁତ୍ୱ ଦେବା ସହିତ ଏହି ସମ୍ପର୍କକୁ ସ୍ଥାୟୀ ରୂପ ଦେବାକୁ ପ୍ରୟାସ କରିଥାନ୍ତି। ବୃଷ ରାଶିର ବ୍ୟକ୍ତିଙ୍କ ମଧ୍ୟରେ ଦୃଢ଼ ନିଶ୍ଚୟ ମନୋଭାବ ରହିଥାଏ। ସେମାନଙ୍କର ଜିଦିଆ ମନୋଭାବ ଯୋଗୁ ସେମାନେ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି। ସମାଜର ପରମ୍ପରାକୁ ସେମାନେ ଗୁରୁତ୍ୱଦିଅନ୍ତି ନାହିଁ। ସେହିପରି ମିଥୁନ ରାଶିର ବ୍ୟକ୍ତିଙ୍କ ପ୍ରତି ଅନ୍ୟମାନେ ଅଧିକ ଆକର୍ଷିତ ହୋଇଥାନ୍ତି। ସେମାନଙ୍କର ଜୀବନଶୈଳୀକୁ ପସନ୍ଦ ମଧ୍ୟ କରିଥାନ୍ତି। ପରବର୍ତ୍ତୀ ସମୟରେ ଏହା ବୈବାହିକ ସମ୍ପର୍କରେ ପରିଣତ ହୋଇଥାଏ। ଧନୁ ରାଶିର ବ୍ୟକ୍ତି ନିଜ ଇଛାରେ ଜୀବନ ସାଥୀ ପସନ୍ଦ କରିବାକୁ ଗୁରୁତ୍ୱ ଦେଇଥାନ୍ତି। ଜୀବନର ପ୍ରତିଟି କ୍ଷେତ୍ରରେ ସେମାନେ ଜୀବନସାଥୀ ସହିତ ପାଦରେ ପାଦ ମିଳାଇ ଚାଲିବାକୁ ପସନ୍ଦ କରିଥାନ୍ତି। ସେହିପରି ମକର ରାଶିର ବ୍ୟକ୍ତିଙ୍କ ମନରେ ପ୍ରେମ ପାଇଁ ଉତ୍ସର୍ଗୀକୃତ ମନୋଭାବ ରହିଥାଏ। ନିଜ ପସନ୍ଦର ସାଥୀଙ୍କୁ ସେମାନେ ଚୟନ କରିବା ଲାଗି ସବୁକିଛି କରିଥାନ୍ତି। ତେଣୁ ଏଭଳି ବ୍ୟକ୍ତିଙ୍କର ପ୍ରାୟତଃ ପ୍ରେମ ବିବାହ ହିଁ ହୋଇଥାଏ।

Share