Posted inଫୁରସତ

ବାନ୍ତିରେ ଝଡ଼ିଗଲା ସବୁ ଦାନ୍ତ

ଲଣ୍ଡନ: ଗର୍ଭଧାରଣ ସମୟରେ ବାନ୍ତି ହେବା ସାଧାରଣ କଥା। କିନ୍ତୁ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ବାନ୍ତି ଯୋଗୁ ସବୁ ଦାନ୍ତ ହରାଇବାକୁ ପଡ଼ିଛି। ଲୁଇସ୍‌ କୁପର (୨୬) ୨୦୧୭ରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ। ପେଟରେ ପିଲା ରହିବା ପରେ ଅନ୍ୟ ମହିଳାଙ୍କ ଭଳି ତାଙ୍କର ସ୍ବାଭାବିକ ଭାବେ ବାନ୍ତି ହେଲା, କିନ୍ତୁ ବାନ୍ତି ହେବା ସହ ଧୀରେ ଧୀରେ ତାଙ୍କର ଦାନ୍ତ ଝଡ଼ିବା ଆରମ୍ଭ ହେଲା। ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଗଲା ପରେ ଲୁଇସ୍‌ ହାଇପରମେସିସ୍‌ ଗ୍ରାଭିଡାରମ୍‌ (ଏଚ୍‌ଜି) ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲେ। ୨୦୧୭ ନଭେମ୍ବରରେ ଲୁଇସ୍‌ଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିବାବେଳେ ଏହାର ୬ ମାସ ପୂର୍ବରୁ ତାଙ୍କର ସବୁ ଦାନ୍ତ ଝଡ଼ିପଡ଼ିଥିଲା। ଏଚ୍‌ଜି ରୋଗ ପାଇଁ ଲୁଇସ୍‌ଙ୍କ ଚିକିତ୍ସା ଜାରି ରହିଥିବାବେଳେ ସେ ପୁଣି ଆଉ ୨ ସନ୍ତାନଙ୍କୁ ଜନ୍ମ ଦେଲେ। ସେ ସମୟରେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା ତାଙ୍କୁ କରିବାକୁ ପଡ଼ିଥିଲା। ବିରଳ ରୋଗ ଏଚ୍‌ଜି ପାଇଁ ଲୁଇସ୍‌ଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ହରାଇବାକୁ ପଡ଼ିଥିବା ସେ କହିଛନ୍ତି। କୃତ୍ରିମ ଦାନ୍ତ ଲଗାଇଲେ ସୁଦ୍ଧା ତାଙ୍କୁ ଖାଇବାରେ ବହୁ ହଇରାଣ ହେବାକୁ ପଡ଼ୁଛି। ଭୋକ ଲାଗିଲେ ସୁଦ୍ଧା ଏକକାଳୀନ ବହୁତଗୁଡ଼ିଏ ଖାଦ୍ୟ ଖାଇପାରୁ ନ ଥିବାବେଳେ ସେ ଏବେ ସମ୍ପୂର୍ଣ୍ଣ ଭାବେ ଶାକାହାରୀ ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri