ଏକଜିଦିଆ ଛତିଶଗଡ଼, ଖୋଲିଲା କଲମାର ସବୁ ଗେଟ୍‌

ସମ୍ବଲପୁର, ୧ା୭(ଶୁଭାଶିଷ ପାଢ଼ୀ): ଆସନ୍ତା ୪ ତାରିଖରେ ଲଘୁଚାପ ଯୋଗୁ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଇଛି। ଏଭଳିସ୍ଥଳେ ହୀରାକୁଦ ଡ୍ୟାମର ଉପରମୁଣ୍ଡ ମହାନଦୀରେ ଥିବା ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ୬୬ ଗେଟ୍‌କୁ ଖୋଲିଦିଆଯାଇଛି। ଫଳରେ ୬୩୦ ଫୁଟ କ୍ଷମତା ବିଶିଷ୍ଟ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଉଛି। ଶୁକ୍ରବାର ସନ୍ଧ୍ୟା ୬ ସୁଦ୍ଧା ଏଠାରେ ୬୦୪.୧୯ ଫୁଟ ପାଣି ରହିଛି, ଯାହାକି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜ୍ୟରେ ଲଗାଣ ବର୍ଷା ରହିଲେ ତଳମୁଣ୍ଡରେ ବଡ଼ଧରଣର ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନାହିଁ। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଛତିଶଗଡ଼ ସରକାର ଏକଜିଦିଆ ଭାବେ କଲମାର ସବୁ ଗେଟ୍‌ ଖୋଲିଦେଇଥିବାରୁ ଓଡ଼ିଶା ପାଇଁ ଆସନ୍ନ ବିପଦ ଦେଖାଦେଇଛି।
ମହାନଦୀ ଜଳକୁ ନେଇ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇ ତଦନ୍ତ ଜାରି ରହିଛି। ଜଳ ପରିଚାଳନା ବିଶେଷ କରି ବନ୍ୟାଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହୁଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ। ଗତ ବର୍ଷାଋତୁରେ ଛତିଶଗ଼ଡ ତା’ର ବ୍ୟାରେଜଗୁଡ଼ିକର ଗେଟ୍‌ ଖୋଲିଦେଇଥିବା ବେଳେ ଗ୍ରୀଷ୍ମ ଋତୁରେ ସମସ୍ତ ଗେଟ୍‌ ବନ୍ଦ କରି ମହାନଦୀକୁ ଶୁଖିଲା କରିଦେଇଥିଲା। ଏବେ ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ଲାଗିରହିଥିବା ବେଳେ ଛତିଶଗଡ କଲମା ବ୍ୟାରେଜର ୬୬ ଗେଟ୍‌ ଖୋଲି ଏକ ଖାମଖିଆଲି ମନୋଭାବର ପରିଚୟ ଦେଇଛନ୍ତି। ୬୬ ଗେଟ୍‌ ଖୋଲିବାର ୧୨ ଘଣ୍ଟା ପରେ ଅର୍ଥାତ୍‌ ଶନିବାର ଭୋର ୩ଟାରେ ୧,୩୬,୦୦୦ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆକଳନ କରିଛନ୍ତି। ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବ। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮,୨୮୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳସ୍ତର ୬୦୪.୧୯ ଫୁଟ୍‌ ରହିଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲକୁ ୨୯,୦୨୯ କ୍ୟୁସେକ ପାଣି ଦିଆଯାଉଥିବା ବେଳେ ଚାଷକୁ ୬୦୦, ଶିଳ୍ପକୁ ୨୬୮ ଏଭଳି ମୋଟ ୨୯,୮୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହାରାହାରି ଦେଖିବାକୁ ଗଲେ ଜଳ ପ୍ରବେଶ ପରିମାଣ ତୁଳନାରେ ଅଧା ନିଷ୍କାସନ ହେଉଛି। ଆଗକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଲେ କିମ୍ବା ବର୍ଷା ଲାଗିରହିଲେ ସମସ୍ୟା ହୋଇପାରେ ବୋଲି କୁହାଯାଉଛି।
ହୀରାକୁଦ ଡ୍ୟାମ୍‌ କର୍ତ୍ତୃୃପକ୍ଷଙ୍କ ସୂଚନା ଅନୁସାରେ, କଲମାର ସମସ୍ତ ଗେଟ୍‌ ଖୋଲା ଯାଇଥିବା ନେଇ ଆମ ପାଖକୁ ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ତାଙ୍କର ପ୍ରଥମ ବନ୍ୟା ଜଳ ନିଷ୍କାସନ। ଉକ୍ତ ବନ୍ୟା ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବାକୁ ୧୨ଘଣ୍ଟାରୁ ଅଧିକ ସମୟ ଲାଗିବ। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟ୍‌ ରହିଛି। ଏଥିରେ ଜଳ ଭଣ୍ଡାରକୁ ସମସ୍ୟା ହେବନାହିଁ। ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମିଯାଇଛି। ନିୟମିତ ବର୍ଷା ଲାଗିରହିଲେ ଓ ଏଭଳି ଜଳ ପ୍ରବେଶ କଲେ ସମସ୍ୟା ଦେଖାଦେଇପାରେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜୁଲାଇ ୧୮ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେତେବେଳେ ଜଳସ୍ତର ୬୧୩.୧୭ ଫୁଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri