‘ଜିଲାର ସମସ୍ତ କଲେଜ ୫-ଟିରେ ସାମିଲ’

ବଲାଙ୍ଗୀର,୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ କଲେଜକୁ ୫-ଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି। ରବିବାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦେଇ ୫-ଟି ସଚିବ ଭି.କେ.ପାଣ୍ଡିୟାନ ଏହି ସୂଚନା ଦେଇଛନ୍ତି। ଏହା ସହିତ ଜିଲାର ସମସ୍ତ କଲେଜର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ୪୦ କୋଟି ଟଙ୍କା ଅନୁଦାନ ଦେଇଥିବା ସେ ସୂଚନା ଦେଇଥିଲେ।
୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ କାର୍ଯ୍ୟକ୍ରମରେ ରବିବାର ସକାଳେ ତୁଷରା ଉଡାଜାହାଜ ପଡିଆରେ ଅବତରଣ କରିଥିଲେ। ସେଠାରୁ ସେ ପ୍ରଥମେ ତୁଷରା ସମଲେଶ୍ୱରୀ ମନ୍ଦିର ପରଦର୍ଶନରେ ଯାଇଥିଲେ। ପରେ ବେଲପଡା, ଟିଟିଲାଗଡ, ହରିଶଙ୍କର କାର୍ଯ୍ୟକ୍ରମ ସାରି ଅପରାହ୍ଣ ପ୍ରାୟ ୩ଟାରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦାନ କରିଥିଲେ। ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ୫-ଟି ସଚିବ କହିଥିଲେ ଯେ, ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ଶାରୀରିକ ଏବଂ ମାନସିକ ସୁସ୍ଥତାର ଆବଶ୍ୟକତା ରହିଛି। ଛାତ୍ର ଜୀବନରେ ସେ ନିଜେ କିଭଳି ଦୈନିକ ୨୦ କିଲୋମିଟର ସାଇକେଲରେ ଯିବା ଆସିବା ପରେ ସରକାରୀ ସ୍କୁଲରେ ପାଠ ପଡୁଥିଲେ କହିଥିଲେ। ଜୀବନରେ ସଫଳତା ଆଣିବାକୁ ହେଲେ କଠୋର ପରିଶ୍ରମ ସହ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ଜୋର ଦେଇଥିଲେ। ସେ ନିଜେ ସ୍ନାତକୋତ୍ତର ଶ୍ରେଣୀରେ ଏକ ଜାତୀୟ ପ୍ରତିଷ୍ଠାନରେ ପାଠ ପଢ଼ିବାକୁ ମନସ୍ଥ କରିଥିଲେ। ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ସେ ଯେଉଁ ବିଷୟରେ ପାଠ ପଢ଼ିବା ପାଇଁ ସ୍ଥିର କରିଥିଲେ ସେଥିରେ ସର୍ବଭାରତୀୟ ସ୍ତରରେ ମାତ୍ର ଦୁଇଟି ସିଟ୍‌ ଥିଲା। ଏହାସତ୍ତ୍ୱେ ସେ ସେହି ଦୁଇଟି ସିଟ୍‌ ଭିତରୁ ଗୋଟିଏ ସିଟ୍‌ ପାଇ କିଭଳି ପାଠ ପଢ଼ିଲେ ଓ ପରେ ସିଭିଲ ସର୍ଭିସରେ ମଧ୍ୟ କୃତକାର୍ଯ୍ୟ ହୋଇଥିବା କହିଥିଲେ। ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବାକୁ ଯାଇ ଭଲ ସାଙ୍ଗ କିଭଳି ଆତ୍ମବିଶ୍ୱାସ ବଢ଼ାଏ ଏବଂ ଏହା ଜୀବନରେ କିଭଳି କାମରେ ଆସେ ସେ କହିଥିଲେ। ଏହି ଅବସରରେ ଶିକ୍ଷକମାନେ କିଭଳି ଛାତ୍ରୀଛାତ୍ରଙ୍କ ଜୀବନ ଗଠନ କରିବେ କହିଥିଲେ। ସେଠାରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଛାତ୍ରୀଛାତ୍ରଙ୍କ ପାଇଁ ଆଦର୍ଶ ପାଲଟିବାକୁ କହିଥିଲେ। ଶିକ୍ଷକମାନଙ୍କ ବିଭିନ୍ନ ବର୍ଗର ଯେଉଁ ଅସୁବିଧା ରହିଛି ତାକୁ ଆଗାମୀ ଦିନରେ ସରକାର ସମାଧାନ କରିବେ ବୋଲି ସେ କହିଥିଲେ। କେତେକ ଛାତ୍ରଙ୍କୁ ପୋଲିସ ଅଟକ ରଖିଥିବା ନେଇ ଅନ୍ୟ କେତେକ ଛାତ୍ର ଉକ୍ତ ସମାବେଶରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଛାତ୍ର ଅଟକ ଘଟଣାକୁ ନେଇ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ଭିନିଲ କ୍ରିଷ୍ଣା, ଜିଲାପାଳ ଚଞ୍ଚଳ ରାଣା, ଏସପି ଋଷିକେଶ ଖିଲାରୀ, ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ, ଉପଜିଲାପାଳ କୁମାର ନାଗଭୂଷଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri