କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା ପାଇଁ କନ୍ଧମାଳ ଜିଲାପାଳ ବେଦ ଭୂଷଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁ ଜିଲାର ସମସ୍ତ ଅଫିସିଆଲ ଗ୍ରୁପରେ ମେସେଜ ଦେବା ସହ ଜିଲାପାଳଙ୍କ ଚିଠିକୁ ସମ୍ପ୍ରସାରଣ କରିଛନ୍ତି। ତେବେ ଜିଲାର ଦାରିଙ୍ଗବାଡ଼ି ବ୍ଲକର ୨୫ଟି ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତରେ ବିଦ୍ୟୁତ ଅଚଳ ହୋଇପଡ଼ିଥିବା ବେଳେ ନେଟ୍‌ଓ୍ବର୍କ୍‌ ମଧ୍ୟ ଅଚଳ ହୋଇପଡ଼ିଛି। ସେହିପରି ବିଦ୍ୟୁତ୍‌ ନ ଥିବାରୁ ଏକାଧିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଛି। ଫଳରେ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ସମସ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ନିକଟରେ ପହଞ୍ଚିପାରି ନ ଥିବାରୁ ଦୁର୍ଗମ ଗ୍ରାମରୁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି। ଯେଉଁଠି ସୂଚନା ମିଳିଛି ସେଇଠି ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଉଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share