୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ…

ଲକ୍ଷ୍ନୌ, ୨୨।୧ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ୩୦ ଜାନୁୟାରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ପୂର୍ବପରି ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିବାକୁ ଅତିରିକ୍ତ ମୁଖ୍ୟ ସଚିବ ଅବିନାଶ କୁମାର ଅଓ୍ବସ୍ଥି ସୂଚନା ପ୍ରଦାନ କରିଛନ୍ତି।

ପୂର୍ବରୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ କଲେଜ୍‌ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ରାଜ୍ୟରେ କରୋନା ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଥିବାରୁ ଏହାକୁ ପୁଣି ବଢ଼ାଇ ଦିଆଯାଇଛି।

ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସକ୍ରିୟ ସଂଖ୍ୟା ୯୫,୮୬୬ ଥିବାବେଳେ ମୃତକଙ୍କ ସଂଖ୍ୟା ୨୩.୦୨୨ ଛୁଇଁଛି। ସେହିପରି ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧୭,୯୭,୭୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି।

Share