ଭୁବନେଶ୍ୱର,୧୮ା୧୦(ସୁଚିସ୍ମିତା ସାହୁ): ଦୀପାବଳି ପାଇଁ ଆସନ୍ତା ସୋମବାର ଓ ମଙ୍ଗଳବାର (୨୦ ଏବଂ ୨୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ। ନୂଆପଡାରେ କେବଳ ୨୧ ତାରିଖ ଛୁଟି ଥିବା ବେଳେ ଅନ୍ୟସବୁ ଜିଲାରେ ଦୁଇଦିନ ଛୁଟି ଘୋଷଣା କରିଛି ଶିକ୍ଷା ବିଭାଗ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ଛୁଟି ରହିବ। ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଦୁଇଦିନ ଛୁଟି ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗର ପିଟିସି ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହ ସମସ୍ତ ପିଜି କାଉନ୍ସିଲ ଅଧ୍ୟକ୍ଷ ଏବଂ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

