ଏପ୍ରିଲ ୧୮ରୁ ଖରାଛୁଟି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।