Posted inଖେଳ

ମୁମ୍ବାଇକୁ ସୁଯୋଗ ଦେଲା ନାହିଁ ପଞ୍ଜାବ

ଚେନ୍ନାଇ,୨୩।୪ : ନା ବୋଲିଂ ନା ବ୍ୟାଟିଂ। କୌଣସି ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁଯୋଗ ଦେଲା ନାହିଁ କିଙ୍ଗ୍ସ ପଞ୍ଜାବ। ୧୪ ବଲ ପୂର୍ବରୁ ପଞ୍ଜାବ ୯ ଉଇକେଟରେ ମୁମ୍ବାଇକୁ ହରାଇ ଦେଇଛି। କ୍ରମାଗତ ହ୍ୟାଟ୍ରିକ ପରାଜୟ ପରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଦଳକୁ ମିଳିଛି ପ୍ରଥମ ଓ ମୋଟ ଉପରେ ଚଳିତ ସିଜନର ଦ୍ୱିତୀୟ ବିଜୟ। ପଞ୍ଜାବ ପକ୍ଷରୁ ରାହୁଲ ଖେଳିଥିଲେ ଅଧିନାୟକତ୍ୱ ପାଳି।

କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌ କରିଥିଲା। ଅଧିନାୟକ ରୋହିତ ଶର୍ମା ଖେଳିଥିଲେ ଅତ୍ୟନ୍ତ ଧିମା ୬୩ ( ୫୨ ବଲ, ୫ ଚୌକା ଓ ୨ ଛକା) ରନ୍‌ର ଅର୍ଦ୍ଧଶତକୀୟ ପାଳି। ସୂର୍ଯ୍ୟକୁମାର ଯାଦବ ୩୩ ଓ କିରନ ପୋଲାର୍ଡ (୧୬*)ଙ୍କ ବ୍ୟତୀତ ଅନ୍ୟ କେହି ସଫଳ ହୋଇ ନ ଥିଲେ। ଡେଥ୍‌ ଓଭରରେ ଖରାପ ବୋଲିଂ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ମହମ୍ମଦ ଶାମି ଓ ରବି ବିଷ୍ଣୋଇ ୨ ଲେଖାଏ ଉଇକେଟ ନେଇଥିଲେ। ୧୩୨ ରନ୍‌ର ଛୋଟିଆ ଟାର୍ଗେଟ ନେଇ ଓହ୍ଲାଇଥିବା ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଯୋଡ଼ି ପଞ୍ଜାବକୁ ଦେଇଥିଲା ଭଲ ଆରମ୍ଭ। ଦୁହେଁ ୫୩ ରନ୍‌ ଯୋଡ଼ିବା ପରେ ଆଉଟ୍‌ ହୋଇଥିଲେ ମୟଙ୍କ (୨୫ ରନ୍‌, ୪ ଚୌକା ଓ ୧ ଛକା)। ଏହାପରେ କ୍ରିସ୍‌ ଗେଲ୍‌ ଓ ରାହୁଲ ଦ୍ୱିତୀୟ ଉଇକେଟ ପାଇଁ ୭୯ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ପଞ୍ଜାବ ମାତ୍ର ୧୭.୪ ଓଭରରେ ଏକ ଉଇକେଟ ହରାଇ ହାସଲ କରିଥିଲା ବିଜୟ ଲକ୍ଷ୍ୟ। ରାହୁଲ ୬୦ ( ୩ ଲେଖାଏ ଚୌକା ଓ ଛକା) ଏବଂ ଗେଲ୍‌ ୪୩ ( ୫ ଚୌକା ଓ ୨ ଛକା) ରନ୍‌ କରି ଅପରାଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri