Posted inଖେଳ

ରସେଲ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ

କୋଲକାତା,୨୩ା୩: ସନରାଇଜର୍ସ ହାଇଦ୍ରାବାଦକୁ ସଂଘର୍ଷପୂର୍ଣ୍ଣ ୪ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ପ୍ରଥମେ ବ୍ୟାଟିଂ କରି କେକେଆର ୭ ଉଇକେଟରେ ୨୦୮ ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ୭ ଉଇକେଟରେ ୨୦୪ ରନ୍‌ କରିଥିଲା। ଅନ୍ତିମ ୪ ଓଭରରେ ୭୬ ରନ୍‌ ଆବଶ୍ୟକ ଥିବା ବେଳେ ହେନରିଚ୍‌ କ୍ଲାସେନ୍‌ ଧୂଆଁଧାର ୬୩ ରନ୍‌ କରିଥିଲେ। ତେବେ ଶେଷ ଓଭରରେ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ କେକେଆର ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୫୧ ରନ୍‌ରେ ୪ ଟପ୍‌ ଅର୍ଡର ଖେଳାଳିଙ୍କୁ ହରାଇଥିଲା। ତେବେ ଆନ୍ଦ୍ରେ ରସେଲଙ୍କ ୬୪*, ଫିଲ୍‌ ସଲ୍ଟଙ୍କ ୫୪ ଓ ରମଣଦୀପ ସିଂଙ୍କ ୩୫ ରନ୍‌ ବଳରେ କେକେଆର ୨୦୮ ରନ୍‌ରେ ପହଞ୍ଚିଥିଲା। ଆନ୍ଦ୍ରେ ରସେଲ୍‌ ମାତ୍ର ୨୫ ବଲ ଖେଳି ସେ ୩ ଚୌକା ଓ ୭ ଛକା ମାରିଥିଲେ। ସନରାଇଜର୍ସ ପକ୍ଷରୁ ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ଅଭିଷେକ ଶର୍ମା ୩୨ରନ୍‌ ଲେଖାଏ କରିଥିଲେ।

ଅନ୍ତିମ ୪ ଓଭରରୁ ୭୬ ରନ୍‌ ଆବଶ୍ୟକ ଥିବା ବେଳେ କେକେଆର ସହଜ ବିଜୟ ହାସଲ କରିବା ଆଶା କରା ଯାଉଥିଲା। ମାତ୍ର କ୍ଲାସେନ୍‌ ୨୯ ବଲ୍‌ ଖେଳି ୮ ଛକା ସହ ୬୩ ରନ୍‌ କରିଥିଲେ। ଅନ୍ତିମ ୨ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ କ୍ଲାସେନ୍‌ ଆଉଟ ହୋଇଥିଲେ। କେକେଆର ପକ୍ଷରୁ ହର୍ଷିତ ରାଣା ୩, ଆନ୍ଦ୍ରେ ରସେଲ୍‌ ୨, ସୁନୀଲ ନାରିନ୍‌ ଓ ବରୁନ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri