ସର୍ବଧର୍ମ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା

ବାହାନଗା,୧୩ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଗତ ୨ ତାରିଖରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ଓ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାହାନଗା, ସୋର ଓ ବାଲେଶ୍ୱର ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରବିବାର ଦଶାହ ଅବସରରେ ଅନେକ ଲୋକ ମୁଣ୍ଡନ ହୋଇଥିବା ବେଳେ ସୋମବାର ଏକାଦଶାହରେ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇଥିଲେ। ଏଥିରେ ଶରତ ଚନ୍ଦ୍ର ରାଜ ସଭାପତିତ୍ୱ କରିଥିଲା ବେଳେ ମଞ୍ଚ ସଂଯୋଜନା କରିଥିଲେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ଜେନା, ନୀଳାମ୍ବର ମହାଳିକ, ଶିଶିର ଅଗସ୍ତି, ମଧୁସୂଦନ ଶିଅଳ, ନାରାୟଣ ପଣ୍ଡା, ଜୟୀରାମ ଦାସ, ରବୀନ୍ଦ୍ର ଜେନା, ବ୍ୟୋମକେଶ ରାୟ, ତାପସ ପରିଡ଼ା, ଶୁଭେନ୍ଦୁ ମଙ୍ଗରାଜ, ସଞ୍ଜୀବ ମଲ୍ଲିକ, ଭ୍ରମରବର ନାୟକ, ଫକୀର୍‌ ଚରଣ ଦାସ, ଛାୟା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମୃତ ରେଳଯାତ୍ରୀଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବାହାନଗା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ, ସାମୂହିକ ବେଦପାଠ, ଦୀପଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶକ୍ତି ମନ୍ତ୍ରୀଙ୍କ ସଭାରେ ପାଓ୍ବାର କଟ୍‌
ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ୍‌.ଏ.): ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉନାହିଁ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଦୃଢ଼ୋକ୍ତି ପ୍ରକାଶ କରୁଥିବା ବେଳେ ସେ ନିଜେ ଉପସ୍ଥିତ ଥିବା ଏକ ସଭାରେ ବିଦ୍ୟୁତ୍‌ କାଟ୍‌ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ବାଲେଶ୍ୱର ଜିଲା ବାହାନଗାଠାରେ ମୃତ ରେଳଯାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଯୋଗଦେଇଥିଲେ। ସଭାକାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ କାଟ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କରେଣ୍ଟ ଆସି ନ ଥିଲା। ଏହି ସମୟରେ ଜେନେରେଟର ବ୍ୟବହାର କରାଯାଇଥିଲା। ଶକ୍ତିମନ୍ତ୍ରୀ ସଭା କାର୍ଯ୍ୟକ୍ରମ ସାରି ଯିବା ସମୟରେ କରେଣ୍ଟ ଆସିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଶକ୍ତିମନ୍ତ୍ରୀଙ୍କ ମତାମତ ଜାଣିବାକୁ ଚାହିଁଥିଲେ ମଧ୍ୟ ସେ କିଛି ଉତ୍ତର ନ ଦେଇ ଚାଲିଯାଇଥିଲେ। ପାଓ୍ବାର କଟ୍‌ ସମ୍ପର୍କରେ ବାହାନଗା ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କୁ ପଚାରିବାରୁ ସୋର ଗ୍ରୀଡ୍‌ରୁ ଲାଇନ୍‌ ଟ୍ରିପ୍‌ ହୋଇଯାଇଥିଲା । ଫଳରେ ୪୫ ମିନିଟ୍‌ ବିଦ୍ୟୁତ୍‌ କଟିଥିଲା। କୌଣସି ଉଦ୍ଦେଶ୍ୟ ରଖି ବିଦ୍ୟୁତ୍‌ କାଟ୍‌ ହୋଇ ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri