ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରି ରାଜ୍ୟ ନିର୍ବାଚନ କମିଶନର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକାକୁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ। ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଡ. ପ୍ରତାପ କୁମାର ମିଶ୍ର ରାଜନୈତିକ ଦଳ ଓ ପ୍ରାର୍ଥୀମାନେ କମିଶନରଙ୍କ ନିୟମକୁ କଡ଼ାକଡି଼ ପାଳନ ପାଇଁ ପରାମର୍ଶ ଦେଇଥିଲେ। ଏସ୍‌ପି. ରାହୁଲ ପି.ଆର. ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ।
ଧର୍ମଶାଳା ଓ ଯାଜପୁର ବ୍ଲକ୍‌ରେ ଫେବୃୟାରୀ ୧୬ରେ, ଦଶରଥପୁର ଓ ବଡ଼ଚଣା ବ୍ଲକ୍‌ରେ ୧୮ରେ, କୋରାଇ ଓ ବିଂଝାରପୁର ବ୍ଲକ୍‌ରେ ୨୦ରେ, ସୁକିନ୍ଦା ଓ ଦାନଗଦି ବ୍ଲକ୍‌ରେ ୨୨ରେ ଏବଂ ବରୀ ଓ ରସୁଲପୁର ବ୍ଳ୍‌କରେ ଫେବୃୟାରୀ ୨୪ରେ ମତଦାନ ପୂର୍ବାହ୍ନ ୭ରୁ ଆରମ୍ଭ ହୋଇ ଅପରାହ୍ନ ୧ ପର୍ଯ୍ୟନ୍ତ ଚାଲିବ। ଭୋଟ ଗଣତି ଫେବୃୟାରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ଲକ୍‌ କାର୍ଯ୍ୟାଳୟରେ ସକାଳ ୮ରୁ ଅନୁଷ୍ଠିତ ହେବ ବୋଲି ମଲ୍ଲିକ ସୂଚନା ଦେଇଥିଲେ। କୋଭିଡ୍‌ କଟକଣା ମଧ୍ୟରେ ଭୋଟ ଗ୍ରହଣ ଓ ଗଣିତ କରାଯିବ। ପ୍ରାର୍ଥୀ ଯଦି କୋଭିଡ୍‌ ସଂକ୍ରମିତ ହୁଅନ୍ତି ଇଲୋକ୍ଟ୍ରୋନିକ ମିଡ଼ିଆ ବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବେ। କୌଣସି ରୋଡ଼ ସୋ, ପଦଯାତ୍ରା, ସାଇକେଲ, ବାଇକ୍‌ ବା ଗାଡ଼ି ରାଲି କରାଯାଇପାରିବ ନାହିଁ। କୌଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ ବୋଲି ଏହି ବୈଠକରେ ସ୍ପଷ୍ଟ କରାଯାଇଥିଲା। ଉକ୍ତ ବୈଠକରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ (ପ୍ରଶାସନ) ମହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri