ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରି ରାଜ୍ୟ ନିର୍ବାଚନ କମିଶନର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକାକୁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ। ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଡ. ପ୍ରତାପ କୁମାର ମିଶ୍ର ରାଜନୈତିକ ଦଳ ଓ ପ୍ରାର୍ଥୀମାନେ କମିଶନରଙ୍କ ନିୟମକୁ କଡ଼ାକଡି଼ ପାଳନ ପାଇଁ ପରାମର୍ଶ ଦେଇଥିଲେ। ଏସ୍‌ପି. ରାହୁଲ ପି.ଆର. ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ।
ଧର୍ମଶାଳା ଓ ଯାଜପୁର ବ୍ଲକ୍‌ରେ ଫେବୃୟାରୀ ୧୬ରେ, ଦଶରଥପୁର ଓ ବଡ଼ଚଣା ବ୍ଲକ୍‌ରେ ୧୮ରେ, କୋରାଇ ଓ ବିଂଝାରପୁର ବ୍ଲକ୍‌ରେ ୨୦ରେ, ସୁକିନ୍ଦା ଓ ଦାନଗଦି ବ୍ଲକ୍‌ରେ ୨୨ରେ ଏବଂ ବରୀ ଓ ରସୁଲପୁର ବ୍ଳ୍‌କରେ ଫେବୃୟାରୀ ୨୪ରେ ମତଦାନ ପୂର୍ବାହ୍ନ ୭ରୁ ଆରମ୍ଭ ହୋଇ ଅପରାହ୍ନ ୧ ପର୍ଯ୍ୟନ୍ତ ଚାଲିବ। ଭୋଟ ଗଣତି ଫେବୃୟାରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ଲକ୍‌ କାର୍ଯ୍ୟାଳୟରେ ସକାଳ ୮ରୁ ଅନୁଷ୍ଠିତ ହେବ ବୋଲି ମଲ୍ଲିକ ସୂଚନା ଦେଇଥିଲେ। କୋଭିଡ୍‌ କଟକଣା ମଧ୍ୟରେ ଭୋଟ ଗ୍ରହଣ ଓ ଗଣିତ କରାଯିବ। ପ୍ରାର୍ଥୀ ଯଦି କୋଭିଡ୍‌ ସଂକ୍ରମିତ ହୁଅନ୍ତି ଇଲୋକ୍ଟ୍ରୋନିକ ମିଡ଼ିଆ ବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବେ। କୌଣସି ରୋଡ଼ ସୋ, ପଦଯାତ୍ରା, ସାଇକେଲ, ବାଇକ୍‌ ବା ଗାଡ଼ି ରାଲି କରାଯାଇପାରିବ ନାହିଁ। କୌଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ ବୋଲି ଏହି ବୈଠକରେ ସ୍ପଷ୍ଟ କରାଯାଇଥିଲା। ଉକ୍ତ ବୈଠକରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ (ପ୍ରଶାସନ) ମହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା

ଝାରବନ୍ଧ, ୧୯।୬ (ଦେବେନ୍ଦ୍ର ସାହୁ ): ବରଗଡ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଠାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି ।…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍‌ , ୭ଟି ସ୍ଥାନରେ ଏକକାଳୀନ ଚଢାଉ

ନନ୍ଦପୁର, ୧୯।୬( ତୁଷାର କାନ୍ତ ମହାନ୍ତି ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି। କୋରାପୁଟ…

ସକାଳୁ ସକାଳୁ ଅଲେଖ ଧର୍ମାବଲମ୍ବୀ ବାବାଙ୍କୁ ବୀଭତ୍ସ ହତ୍ୟା, ଶୌଚ ହେବାକୁ ଯାଇଥିବାବେଳେ ଦୁର୍ବୃତ୍ତ…

କେନ୍ଦୁଝର,୧୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଉପରରାଇଗୋଡ଼ା ପଞ୍ଚାୟତ ରଆମୁଣି ଗ୍ରାମର ଭରାଳି ସାହିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri