Categories: ଜାତୀୟ

ସର୍ବଦଳୀୟ ବୈଠକ: ଯୋଗ ଦେଲାନି କଂଗ୍ରେସ

ନୂଆଦିଲ୍ଲୀ,୩୦।୧: ସଂସଦର ବଜେଟ ଅଧିବେଶନ ପୂର୍ବରୁ ସୋମବାର ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୨୭ଟି ଦଳର ନେତା ଉପସ୍ଥିତ ଥିଲେ। ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ୨୭ଟି ଦଳର ୩୭ନେତା ସର୍ବଦଳୀୟ ବୈଠକରେ ଭାଗ ନେଇଥିଲେ। ତେବେ ସଂସଦକୁ ଭଲ ଭାବରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଚାହୁଁଛି ବୋଲି ସେ କହିଛନ୍ତି। ଆହୁରି କହିଛନ୍ତି ଯେ, ଆମେ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ। ବୈଠକରେ କଂଗ୍ରେସର ଅନୁପସ୍ଥିତି ସମ୍ପର୍କରେ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, କଂଗ୍ରେସ କହିଛି ଯେ ସମସ୍ତ ନେତା କଶ୍ମୀରରେ ଅଛନ୍ତି ଏବଂ ସେଠାରୁ କିଛି ବିମାନ ଉଡ଼ାଣ ବିଳମ୍ବ ହୋଇଛି। ତେଣୁ ଆସନ୍ତାକାଲି ଦଳ ତାଙ୍କୁ ଭେଟି ସରକାରଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବେ।

Share