Posted inଖେଳ

ଟିମ୍‌ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ ଏଭଳି ମନ୍ତବ୍ୟ ଦେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏହା ଥିଲା ଦଳର କିଛି ଖେଳାଳିଙ୍କ ପାଇଁ କୋହଲିଙ୍କ ସିଧାସଳଖ ଚେତାବନୀ। ଏଣୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଭି ଭାରତରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ।

ଯୁବ ଓପନର ଶୁବମାନ ଗିଲ ଗତ ୭ଟି ଟେଷ୍ଟ ଇନିଂସରେ ଯଥାକ୍ରମେ ୦,୧୪,୧୧, ୧୫*,୦, ୨୮,୮ ରନ୍‌ କରିଛନ୍ତି। ସେହିଭଳି ଗତ ୩୫ ଇନିଂସରେ ଗୋଟିଏ ହେଲେ ଶତକ ହାସଲ କରିପାରି ନାହାନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ୨୦୨୦ରେ ଅଧିନାୟକ ବିରାଟ କୋହଲି ଟେଷ୍ଟରେ ୧୯.୩୩ ହାରରେ ରନ୍‌ କରୁଥିବାବେଳେ ଏପର୍ଯ୍ୟନ୍ତ ୨୦୨୧ରେ ୨୮.୬୩ ଆଭରେଜରେ ରନ୍‌ ସଂଗ୍ରହ କରିଛନ୍ତି। ଅଜିଙ୍କ୍ୟ ରାହାନେ ଅଷ୍ଟ୍ରେଲିଆରେ ୧୨୫ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଆଭରେଜ (୪୧.୧୨) ଅନ୍ୟମାନଙ୍କ ଅପେକ୍ଷା ଖୁବ୍‌ ଭଲ ରହିଛି। ରିଷଭ ପନ୍ତ ଜଣେ ଦକ୍ଷତାସମ୍ପନ୍ନ ଖେଳାଳି। କିନ୍ତୁ ତାଙ୍କ ଉପରେ ସମାନ ପରିମାଣର ଧ୍ୟାନ ଦେବାକୁ ପଡ଼ିବ।

ବର୍ତ୍ତମାନ କୋହଲିଙ୍କୁ ୩ୟ କ୍ରମରେ ବ୍ୟାଟିଂ କରିବା ଦରକାର ନେଇ ଆଲୋଚନା ହେଉଛି। ହନୁମା ବିହାରୀ ଓ ଲୋକେଶ ରାହୁଲ ମଧ୍ୟ କ୍ରମ ବ୍ୟାଟିଂ ସମ୍ଭାଳିବେ। ଯାହା ଫଳରେ ପୂଜାରା ଦଳରୁ ବାଦ୍‌ ପଡ଼ିପାରନ୍ତି। ଏହା ଟେଷ୍ଟ ସ୍ପେଶାଲିଷ୍ଟ ପାଇଁ ଏକ ଚେତାବନୀ ସଦୃଶ। ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କର ନ ହେଲେ ଅନ୍ୟଙ୍କ ପାଇଁ ବାଟ ଛାଡ଼।

ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ସଠିକ୍‌ ଲେନ୍ଥ ଖୋଜୁଛନ୍ତି। ଏହା ଉପରେ କାମ କରିବା ଲାଗି ତାଙ୍କ ପାଖରେ ୫ ସପ୍ତାହ ଅଛି। ଟେଷ୍ଟ କ୍ରିକେଟରେ ୧୪ ବର୍ଷ ପୂରଣ କରିସାରିଥିବା ୩୨ ବର୍ଷୀୟ ଇଶାନ୍ତ ଶର୍ମା ପୂର୍ବ ଭଳି ଏବେ ଲମ୍ବା ସ୍ପେଲ ପକାଇ ପାରୁନାହାନ୍ତି। ଡବ୍ଲ୍ୟୁଟିସି ଫାଇନାଲରୁ ଏତିକି ସ୍ପଷ୍ଟ ଯେ, ଇଂଲଣ୍ଡ ବିପକ୍ଷରେ ଭଲ ଫଳାଫଳ ପାଇଁ ୪ ପେସରଙ୍କୁ ଖେଳିବାକୁ ପଡ଼ିବ। ଏଣୁ ଆଶା କରାଯାଉଛି, ମହମ୍ମଦ ସିରାଜଙ୍କୁ ପ୍ରତ୍ୟେକ ଟେଷ୍ଟରେ ସୁଯୋଗ ମିଳିବ। ପଦାର୍ପଣ ଅପେକ୍ଷାରେ ଥିବା ୨୪ ବର୍ଷୀୟ ଅଭେଶ ଖାନଙ୍କୁ ଦଳୀୟ ଏକାଦଶରେ ଖୁବ୍‌ ଶୀଘ୍ର ଯାଗା ମିଳିପାରେ। ଶାର୍ଦ୍ଦୁଳ ଠାକୁରଙ୍କୁ ଅଲରାଉଣ୍ଡର ଭାବେ ଖେଳାଇବାକୁ ଚିନ୍ତା କରୁଛି ଟିମ୍‌ ମ୍ୟାନେଜମେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri