କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କଠାରେ ଦେଖାଦେଉଛି ଏସବୁ ଲକ୍ଷଣ

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କଠାରେ ନଖ ଓ କେଶ ଝଡ଼ିବା ପରି ସମସ୍ୟା ଦେଖାଦେଉଛି। ଏସବୁ ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ମୁମ୍ବାଇ, ଦିଲ୍ଲୀ ପରି ବଡ଼ ବଡ଼ ସହରର ଡାକ୍ତରମାନେ କହିଛନ୍ତି, କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ଠାରେ ବିଶେଷକରି ଚର୍ମ ରୋଗ ଦେଖିବାକୁ ମିଳୁଛି। ଅଧିକାଂଶ ଲୋକଙ୍କଠାରେ ଠାରେ ଯାଦୁରୋଗ ସମସ୍ୟା ମଧ୍ୟ ଦେଖାଦେଉଛି। ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଡକ୍ଟର ଡିଏମ୍‌ ମହାଜନ କହିଛନ୍ତି, ଅନେକ ରୋଗୀଙ୍କଠାରେ ପ୍ରଥମ ଥର ପାଇଁ ଯାଦୁ ସମସ୍ୟା ଦେଖିବାକୁ ମିଳୁଛି। ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।