Categories: ଜାତୀୟ

ମହିଳା ଦିବସରେ ଏହି ସବୁ ସ୍ଥାନକୁ ମାଗଣାରେ କରିହେବ ପ୍ରବେଶ

ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମଙ୍ଗଳବାର ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଆନ୍ତର୍ଜାତିକ ମହିଳା ଦିବସରେ ପୁରୁଷମାନଙ୍କୁ ମଧ୍ୟ ବିନା ଟିକେଟରେ ସ୍ମାରକୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି । ଗତ ୨ ବର୍ଷରେ ଏହି ସୁବିଧା କେବଳ ମହିଳାମାନଙ୍କୁ ଦିଆଯାଉଥିଲା ।
ଭାରତର ପ୍ରତ୍ନତାତ୍ତ୍ୱିକ ଅନୁସାରେ ମାର୍ଚ୍ଚ ୪ ଏ ନେଇ ଏକ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ମହିଳା ଦିବସରେ ନିଶୁଳ୍କରେ ମହିଳାମାନେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀକୁ ପ୍ରବେଶ କରିପାରିବେ । ପରେ ସୋମବାର ଦିନ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହି ନିର୍ଦ୍ଦେଶ ଅନୁଯାୟୀ, କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ନିଶୁଳ୍କରେ ପ୍ରବେଶ କରିପାରିବେ ।

 

Share