ଏସବୁ ଘରୋଇ ଉପଚାର ଶିଶୁଙ୍କୁ କାଶ ସମସ୍ୟାରୁ ଦିଏ ମୁକ୍ତି

ଛୋଟ ପିଲାମାଙ୍କୁ କାଶ ହେବା ଫଳରେ ଅନେକ ଯନ୍ତ୍ରଣା ହୋଇଥାଏ। ମା’ ବାପା ଏନେଇ ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। ସବୁଠୁ ବଡ ସମସ୍ୟା ହେଉଛି ଦୁଇ ବର୍ଷରୁ କମ ପିଲାମାନଙ୍କୁ ବିନା ପ୍ରେସକ୍ରିପଶନରେ ଔଷଧ ଦିଆଯାଇ ନ ଥାଏ। କାରଣ ଡାକ୍ତରଙ୍କ ପରାମର୍ଶ ନକରି ଛୋଟ ପିଲାମାନଙ୍କୁ ଔଷଧ ଦେବା ଭଲ ନୁହେଁ । ମାତ୍ର ଆପଣ କାଶ ପାଇଁ ଅନେକ ଘରୋଇ ଉପଚାର ଆପଣାଇ ପାରିବେ। ଯାହା ଶିଶୁର କିଛି କ୍ଷତି ନ ଘଟାଇ କାଶରୁ ଆରାମ ଦେଇଥାଏ। ଜାଣନ୍ତୁ ସେ ସମ୍ପର୍କରେ….

ଛୋଟ ପିଲାଙ୍କୁ କାଶ କିମ୍ବା ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଗରମ ପାଣି ବାଷ୍ପ ନେବା ଉଚିତ। ଏହା ଗଳାରେ କଫକୁ ସଫା କରିଥାଏ। ଶରୀରକୁ ଆରାମ ଦେଇଥାଏ। ଶିଶୁକୁ କୋଳକୁ ନେଇ ବାମ୍ଫ ଦେବା ଉଚିତ।

ମହୁ କାଶରୁ ବହୁତ ଆରାମ ଦେଇଥାଏ। ଯଦି ଗୋଟିଏ ବର୍ଷରୁ ଅଧିକ ପିଲାଙ୍କୁ କାଶ ହୁଏ, ତେବେ ତାଙ୍କୁ ପ୍ରତିଦିନ ଗୋଟିଏ ଚାମଚ ମହୁ ଦିଅନ୍ତୁ। ଏହା କେବଳ କାଶକୁ ରୋକିବାରେ ସାହାଯ୍ୟ କରିବା ସହିତ ଶୋଇବାରେ ମଧ୍ୟ ସାହାଯ୍ୟ କରେ। ଏକ ବର୍ଷରୁ କମ ପିଲାମାନଙ୍କୁ ମହୁ ଦିଆଯିବା ଠିକ୍‌ ନୁହେଁ।

ଯଦି ପିଲାଟି ସାତରୁ ଆଠ ମାସର, ତେବେ କ୍ଷୀରରେ ଆଲମଣ୍ଡ ପେଷ୍ଟ କରି ଦିଅନ୍ତୁ। ଏକ ଛୋଟ ପିଲା ପାଇଁ ଆଲମଣ୍ଡର ଅଧା ଯଥେଷ୍ଟ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ଆରାମ ଦେଇଥାଏ। ପିଲାଙ୍କୁ ବାଦାମ ଦେବାବେଳେ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଯେପରି କୌଣସି ଚୋପା ରହି ନ ଯାଏ।

ସାଧାରଣତଃ ଶୋଇବା ସମୟରେ କାଶ ହୋଇଥାଏ। ଯାହା ଶିଶୁଟିକୁ ଶୋଇ ଦେଇ ନଥାଏ। ଏଥିଲାଗି ପିଲାମାନେ ବିରକ୍ତ ହୁଅନ୍ତି। ତେଣୁ, ଶୋଇବା ସମୟରେ ଶିଶୁର ମୁଣ୍ଡରେ ଏକ ନରମ ତକିଆ ରଖନ୍ତୁ । ଫଳରେ ଆରାମ ଲାଗିବ।