Categories: ଖେଳ

ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଏହିସବୁ ପ୍ରସିଦ୍ଧ କ୍ରିକେଟର

ସେପ୍ଟେମ୍ବର ୧୫କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ହୋଇତତ୍ବାରୁ ତାଙ୍କ ସ୍ମୃତିରେ ଏହି ଦିନକୁ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି ପ୍ରସିଦ୍ଧ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଇଞ୍ଜିନିୟରିଂ ଛାଡି କ୍ରିକେଟରେ କ୍ୟାରିୟର୍‌ ଗଢିଥିଲେ।

ଇରାପଲ୍ଲୀ ପ୍ରସନ୍ନା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ଇରାପଲ୍ଲୀ ପ୍ରସନ୍ନା କ୍ରିକେଟରେ କ୍ୟାରିୟର ଗଢିବା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ। ସେ ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ, ମହୀଶୂରରୁ ଇଞ୍ଜିନିୟରିଂ ପାସ୍‌ କରିଥିଲେ।

ଏସ୍‌.ଭେଙ୍କଟରାଘବନ୍‌
ଏସ୍‌.ଭେଙ୍କଟରାଘବନ୍‌ ଦୁଇଟି ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ସେ ୧୯୭୦ରେ ଭାରତୀୟ ଦଳର ସକ୍ରିୟ ସଦସ୍ୟ ଥିଲେ। ଭେଙ୍କଟରାଘବନ୍‌ ଚେନ୍ନାଇରେ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ।

କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ
୧୯୮୦ରେ ଭାରତର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭାବେ ଖ୍ୟାତି ଅର୍ଜନ କରିଥିଲେ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ। ସେ ଚେନ୍ନାଇ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂରୁ ଡିଗ୍ରୀ କରିଥିଲେ। କଲେଜରେ ପଢୁଥିବାବେଳେ ସେ କ୍ରିକେଟ ଖେଳୁଥିଲେ। ଏହାପରେ ସେ ଭାରତ ପକ୍ଷରୁ ଖେଳିଥିଲେ।

ଅନିଲ କୁମ୍ବଲେ
ଭାରତର ପ୍ରସିଦ୍ଧ ସ୍ପିନର ଅନିଲ କୁମ୍ବଲେ କ୍ରିକେଟକୁ ଆସିବା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ। ରାଷ୍ଟୀୟ ବିଦ୍ୟାଳୟ କଲେଜ ଅଫ୍‌ ଇଞ୍ଜିନିୟରିଂ, ବେଙ୍ଗାଲୁରୁରୁ ସେ ମେକାନିକାଲ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ପରେ କ୍ରିକେଟରେ ନିଜ କ୍ୟାରିୟର ଗଢି ଟେଷ୍ଟରେ ୬୧୯ ଏବଂ ଏକଦିବସୀୟ ମ୍ୟାଚରେ ୩୩୭ଟି ଉଇକେଟ୍‌ ନେଇଥିଲେ।

ଜବଗଲ ଶ୍ରୀନାଥ
ପୂର୍ବତନ ଭାରତୀୟ ପେସର୍‌ ଜବଗଲ ଶ୍ରୀନାଥ ମଧ୍ୟ ଜଣେ ଇଞ୍ଜିନିୟର ଛାତ୍ର ଥିଲେ। ସେ ଜୟଚାମା ରାଜେନ୍ଦ୍ର କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ, ମହୀଶୂରରୁ ଡିଗ୍ରୀ ହାସଲ କରିଥିଲେ।

ରବିଚନ୍ଦ୍ରନ ଅଶ୍ୱିନ୍‌
ଭାରତର ଅଫ୍‌ ସ୍ପିନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ଏସଏସଏନ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ, ଚେନ୍ନାଇରୁ ଆଇଟିରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ।

 

Share