Categories: ବାଣିଜ୍ୟ

ଜୁଲାଇ ପହିଲାରୁ ବଦଳିବ ଏସବୁ ବ୍ୟାଙ୍କିଂ ନିୟମ

ନୂଆଦିଲ୍ଲୀ,୨୪।୬: ବ୍ୟାଙ୍କିଂ ସେବା ସହ ଜଡ଼ିତ ଏକାଧିକ ନିୟମ ଜୁଲାଇ ୧ରୁ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ମାସରୁ ଏଟିଏମ୍‌ରୁ ଟଙ୍କା ଉଠାଣ, ସୁଧହାର, ଖାତାରେ ସର୍ବନିମ୍ନ ବାଲାନ୍ସ ଭଳି ନିୟମ ବଦଳିବ। ସେ ବିଷୟରେ ଜାଣି ରଖନ୍ତୁ..

– ଦେଶରେ ମହାମାରୀ କରୋନା ସଂକ୍ରମଣ ଆରମ୍ଭ ହେବା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଟଙ୍କା ରଖିବାକୁ କୋହଳ କରାଯାଇଥିଲା। ଏହା ଜୁନ୍‌ ୩୦ ପର୍ଯ୍ୟନ୍ତ ରହିବ। ହେଲେ ଡେଡ୍‌ଲାଇନ୍‌ ପରେ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ। ଏପରି ନ କଲେ ଅର୍ଥଦଣ୍ଡ ଦେବାକୁ ପଡ଼ିପାରେ।

-ଜୁଲାଇ ୧ରୁ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମ ବଦଳିବ। ଏହା ମହଙ୍ଗା ହୋଇଯିବ। କାରଣ ସର୍ବନିମ୍ନ ବାଲାନ୍ସ ଭଳି କେନ୍ଦ୍ର ସରକାର ଏହାକୁ ମଧ୍ୟ କୋହଳ କରିଥିଲେ। ଟଙ୍କା ଉଠାଣକୁ ଦେୟମୁକ୍ତ କରାଯାଇଥିଲା। ଫଳରେ ପୂର୍ବଭଳି ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଦେୟ ଦେବାକୁ ହେବ।

– ଏହାଛଡ଼ା ପିଏନ୍‌ବି ସେଭିଙ୍ଗ୍‌ ଆକାଉଣ୍ଟରେ ଟଙ୍କା ରଖିଲେ ମିଳୁଥିବା ସୁଧ ୦.୫୦% କମ୍‌ ହେବ। ଜୁଲାଇ ୧ରୁ ଗ୍ରାହକଙ୍କୁ ବାର୍ଷିକ ୩.୨୫% ସୁଧ ମିଳିବ।

Share