ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି ଏହିସବୁ ଅଭିନେତ୍ରୀ

ବି-ଟାଉନ୍‌ରେ ଏବେ ବିବାହ ଋତୁ ଚାଲିଛି। ଟିଭିରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପ୍ରସିଦ୍ଧ ଯୋଡିମାନେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ରାଜସ୍ଥାନର ସଓ୍ବାଇ ମାଧୋପୁରର ୭୦୦ ବର୍ଷ ପୁରୁଣା ବରଓ୍ବାରା ଦୁର୍ଗରେ ବିବାହ କରିଥିଲେ। ଏଥିପାଇଁ ଉଭୟ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଭିକି-କ୍ୟାଟ୍‌ଙ୍କ ପୂର୍ବରୁ ମଧ୍ୟ କିଛି ଅଭିନେତ୍ରୀଙ୍କ ବିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନାସ
୨୦୧୮ରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ବିବାହ କରିଥିଲେ। ଉଭୟ ବଲିଉଡର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବିବାହ କରିଥିଲେ। ଏକ ଆକଳନ ଅନୁଯାୟୀ ଏହି ବିବାହରେ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ବିବାହ ଏତେ ରାଜକୀୟ ଥିଲା ଯେ ଏହାର ଆଲୋଚନା ଭାରତରୁ ଆମେରିକା ପର୍ଯ୍ୟନ୍ତ ହୋଇଥିଲା।

ଦୀପିକା ପାଦୁକୋନ ଏବଂ ରଣଭୀର ସିଂ
ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ମଧ୍ୟ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଇଟାଲୀର ହ୍ରଦ କୋମୋରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଉୟଥିଲା। ଦୀପିକା ବିବାହର ବଜେଟ ୯୫ କୋଟି ଟଙ୍କା ଥିଲା।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହ ମଧ୍ୟ ଇଟାଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ପରିବାର ଏବଂ ଅତି ଘନିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏହି ବିବାହର ବଜେଟ ରାଜକୀୟ ବିବାହଠାରୁ କମ ନୁହେଁ। ଏହି ବିବାହରେ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିବାହ ମଧ୍ୟ ବଲିଉଡର ସବୁଠାରୁ ଦାମୀ ବିବାହ ମଧ୍ୟରେ ଗଣାଯାଏ, ଯାହାର ବଜେଟ ୮୦ କୋଟି ବୋଲି କୁହାଯାଉଛି। ମୁମ୍ବାଇ ନିକଟରେ ଘଟିଥିବା ଏହି ବିବାହ ବିଷୟରେ ଆଲୋଚନା ଆଜି ବି ବହୁତ।

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ
ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହ ଉତ୍ସବ ମୁମ୍ବାଇରେ ହୋଇଥିଲା। ୨୦୦୭ରେ ଉଭୟ ବିବାହ କରିବେ। ୧୪ ବର୍ଷ ପୂର୍ବେ ହୋଇଥିବା ଏହି ବିବାହର ବଜେଟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି।

 

Share