କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଏହି ସବୁ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି: ଜାଣନ୍ତୁ କାହାକୁ କେତେ

ଭୁବନେଶ୍ୱର,୨୦।୭(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ରେଡିଓଗ୍ରାଫର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି। ଏନେଇ ସୋମବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଡାକ୍ତରମାନଙ୍କୁ ଦୈନିକ ୧ ହଜାର ଟଙ୍କା, ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ପରୀକ୍ଷାଗାରର ଟେକ୍ନିସିଆନମାନଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମିଳିବ।
ସେହିଭଳି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସରକାର ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ପ୍ରୋତ୍ସାହନ ରାଶି ଦିଆଯିବ ।