Categories: ବାଣିଜ୍ୟ

ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ ଉନ୍ମୋଚିତ: ରହିଛି ଭଏସ୍‌ ଆସିଷ୍ଟ୍‌, କଲ୍‌ ଓ ମେସେଜ୍‌ ଆଲର୍ଟ ଭଳି ସୁବିଧା…

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନି ପକ୍ଷରୁ ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନିର ବରିଷ୍ଠ ଉପସଭାପତି (କମ୍ୟୁଟର୍ସ, କର୍ପୋରେଟ୍‌ ବ୍ରାଣ୍ଡ୍‌ ଓ ଡିଲର ଟ୍ରାନ୍ସଫର୍ମେଶନ) ଅନିରୁଦ୍ଧ ହାଲ୍‌ଦାର କହିଛନ୍ତି, ଆଜିର ଦ୍ରୁତ ଗତିଶୀଳ ଦୁନିଆରେ ଯୋଗାଯୋଗ ଜୀବନର ଏକ ମାଧ୍ୟମ ପାଲଟିଛି। ଯେତେବେଳେ ଦୁଇଚକିଆ ଯାନ ଚଲାଉଛନ୍ତି ବୋଧହୁଏ କେବଳ ସେହି ସମୟରେ ଆପଣ ଯୋଗାଯୋଗରେ ରହିପାରୁନାହାନ୍ତି। ଆପଣ ଯିବାଆସିବା କରିବା ସମୟରେ ନିରବଚ୍ଛିନ୍ନ ଯୋଗାଯୋଗରେ ରହିବା ପାଇଁ ସ୍ମାର୍ଟ-ଏକ୍ସୋନେଟ୍‌ ସହିତ ଟିଭିଏସ୍‌ ଜୁପିଟର ୧୨୫କୁ ଉନ୍ମୋଚନ କରାଯାଇଛି। ଏପରିକି ଏହା ଏଲିଗାଣ୍ଟ୍‌ ରେଡ୍‌ ଓ ମ୍ୟାଟ୍‌ କପର୍‌ ବ୍ରୋଞ୍ଜ ଭଳି ଦୁଇଟି ଆକର୍ଷଣୀୟ କଲର (ରଙ୍ଗ)ରେ ଉପଲବ୍ଧ। ସେହିଭଳି ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ ସ୍ମାର୍ଟ-ଏକ୍ସୋନେଟ୍‌ରେ ବ୍ଲୁ ଟୁଥ୍‌ ସଂଯୋଗ ଥିବା ଟିଏଫ୍‌ଟି ଡିଜିଟାଲ୍‌ କ୍ଲଷ୍ଟର ସହିତ ସ୍ମାର୍ଟଏକ୍ସଟକ୍‌ ଓ ସ୍ମାର୍ଟଏକ୍ସଟ୍ରାକ୍‌ ଆଦି ରହିଛି, ଯାହା ସ୍କୁଟର ଗ୍ରାହକଙ୍କ ପ୍ରିମିୟମ ଯାତ୍ରାକୁ ସୁଦୃଢ଼ କରିବ। ଅପରପକ୍ଷରେ ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ରେ ରଙ୍ଗିନ ହାଇବ୍ରିଡ୍‌ କନ୍‌ସୋଲ୍‌, ଭଏସ୍‌ ଆସିଷ୍ଟ୍‌, କଲ୍‌ ଓ ମେସେଜ୍‌ ଆଲର୍ଟ, ଟ୍ରାଫିକ୍‌ ଟାଇମ୍‌ ସ୍କ୍ରିନ୍‌ ରହିଛି, ଯେଉଁଥିରେ କ୍ରିକେଟ୍‌ ସ୍କୋର, ଖବର (ନ୍ୟୁଜ) ଏବଂ ଡିଟିଇ (କେତେ ଦୂର ପରେ ଟାଙ୍କି ଖାଲି ହେବ) ଆଦି ସୁବିଧା ସମ୍ପର୍କରେ ବିସ୍ତୃତ ଜାଣି ହେବ। ଏହା ସହିତ ଫଲୋ ମି ହେଡ୍‌ଲ୍ୟାମ୍ପ୍‌, ହାରାହାରି ଇନ୍ଧନ ମିତବ୍ୟୟିତା ଏବଂ ପ୍ରିମିୟମ୍‌ ସିଟ୍‌ ସହ ପିଲିଅନ୍‌ ପଛ ସିଟ୍‌, ଟର୍ନ ବାଏ ଟର୍ନ ନାଭିଗେଶନ, ସୋସିଆଲ ମିଡିଆ ଆଲର୍ଟ, ଫୁଡ୍‌, ସପିଙ୍ଗ ଆପ୍‌ ଓ ପାଣିପାଗ ସୂଚନା ଇତ୍ୟାଦି ଭଳି ସୁବିଧା ରହିଛି। ଏହାର ଏକ୍ସ ଶୋ’ରୁମ୍‌ ଦାମ୍‌ ୯୬,୮୫୫ ଟଙ୍କା ରହିଛି।

Share