ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ ଉନ୍ମୋଚିତ: ରହିଛି ଭଏସ୍‌ ଆସିଷ୍ଟ୍‌, କଲ୍‌ ଓ ମେସେଜ୍‌ ଆଲର୍ଟ ଭଳି ସୁବିଧା…

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନି ପକ୍ଷରୁ ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନିର ବରିଷ୍ଠ ଉପସଭାପତି (କମ୍ୟୁଟର୍ସ, କର୍ପୋରେଟ୍‌ ବ୍ରାଣ୍ଡ୍‌ ଓ ଡିଲର ଟ୍ରାନ୍ସଫର୍ମେଶନ) ଅନିରୁଦ୍ଧ ହାଲ୍‌ଦାର କହିଛନ୍ତି, ଆଜିର ଦ୍ରୁତ ଗତିଶୀଳ ଦୁନିଆରେ ଯୋଗାଯୋଗ ଜୀବନର ଏକ ମାଧ୍ୟମ ପାଲଟିଛି। ଯେତେବେଳେ ଦୁଇଚକିଆ ଯାନ ଚଲାଉଛନ୍ତି ବୋଧହୁଏ କେବଳ ସେହି ସମୟରେ ଆପଣ ଯୋଗାଯୋଗରେ ରହିପାରୁନାହାନ୍ତି। ଆପଣ ଯିବାଆସିବା କରିବା ସମୟରେ ନିରବଚ୍ଛିନ୍ନ ଯୋଗାଯୋଗରେ ରହିବା ପାଇଁ ସ୍ମାର୍ଟ-ଏକ୍ସୋନେଟ୍‌ ସହିତ ଟିଭିଏସ୍‌ ଜୁପିଟର ୧୨୫କୁ ଉନ୍ମୋଚନ କରାଯାଇଛି। ଏପରିକି ଏହା ଏଲିଗାଣ୍ଟ୍‌ ରେଡ୍‌ ଓ ମ୍ୟାଟ୍‌ କପର୍‌ ବ୍ରୋଞ୍ଜ ଭଳି ଦୁଇଟି ଆକର୍ଷଣୀୟ କଲର (ରଙ୍ଗ)ରେ ଉପଲବ୍ଧ। ସେହିଭଳି ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ ସ୍ମାର୍ଟ-ଏକ୍ସୋନେଟ୍‌ରେ ବ୍ଲୁ ଟୁଥ୍‌ ସଂଯୋଗ ଥିବା ଟିଏଫ୍‌ଟି ଡିଜିଟାଲ୍‌ କ୍ଲଷ୍ଟର ସହିତ ସ୍ମାର୍ଟଏକ୍ସଟକ୍‌ ଓ ସ୍ମାର୍ଟଏକ୍ସଟ୍ରାକ୍‌ ଆଦି ରହିଛି, ଯାହା ସ୍କୁଟର ଗ୍ରାହକଙ୍କ ପ୍ରିମିୟମ ଯାତ୍ରାକୁ ସୁଦୃଢ଼ କରିବ। ଅପରପକ୍ଷରେ ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ରେ ରଙ୍ଗିନ ହାଇବ୍ରିଡ୍‌ କନ୍‌ସୋଲ୍‌, ଭଏସ୍‌ ଆସିଷ୍ଟ୍‌, କଲ୍‌ ଓ ମେସେଜ୍‌ ଆଲର୍ଟ, ଟ୍ରାଫିକ୍‌ ଟାଇମ୍‌ ସ୍କ୍ରିନ୍‌ ରହିଛି, ଯେଉଁଥିରେ କ୍ରିକେଟ୍‌ ସ୍କୋର, ଖବର (ନ୍ୟୁଜ) ଏବଂ ଡିଟିଇ (କେତେ ଦୂର ପରେ ଟାଙ୍କି ଖାଲି ହେବ) ଆଦି ସୁବିଧା ସମ୍ପର୍କରେ ବିସ୍ତୃତ ଜାଣି ହେବ। ଏହା ସହିତ ଫଲୋ ମି ହେଡ୍‌ଲ୍ୟାମ୍ପ୍‌, ହାରାହାରି ଇନ୍ଧନ ମିତବ୍ୟୟିତା ଏବଂ ପ୍ରିମିୟମ୍‌ ସିଟ୍‌ ସହ ପିଲିଅନ୍‌ ପଛ ସିଟ୍‌, ଟର୍ନ ବାଏ ଟର୍ନ ନାଭିଗେଶନ, ସୋସିଆଲ ମିଡିଆ ଆଲର୍ଟ, ଫୁଡ୍‌, ସପିଙ୍ଗ ଆପ୍‌ ଓ ପାଣିପାଗ ସୂଚନା ଇତ୍ୟାଦି ଭଳି ସୁବିଧା ରହିଛି। ଏହାର ଏକ୍ସ ଶୋ’ରୁମ୍‌ ଦାମ୍‌ ୯୬,୮୫୫ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri