ବଜାରରେ ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୧୦

ଭୁବନେଶ୍ୱର,୪।୯ (ଅଭୟ ଦାଶ): ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୧୦ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଘରୋଇ ବଜାରରେ ଏହାର ଅନାବରଣ ସହ ବଜାର ପ୍ରବେଶ କାର୍ଯ୍ୟକ୍ରମ ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍‌ ଜୁପିଟର ୧୧୦ ରେ ୧୧୩.୩ ସିସି, ସିଙ୍ଗିଲ ସିଲିଣ୍ଡର, ୪ଷ୍ଟ୍ରୋକ୍‌ ଇଞ୍ଜିନ ଆଦି ରହିଛି, ଯାହା ୫.୯ କିଲୋୱାଟ୍‌ ଶକ୍ତି ଓ ୯.୮ ଏନ୍‌ଏମ୍‌ ଟର୍କ ଉତ୍ପନ୍ନ କରୁଛି।
ସେହିଭଳି ଆଇ-ଗୋ ଆସିଷ୍ଟ ପ୍ରଯୁକ୍ତି ପାଇଁ ଏହାର ପୂର୍ବ ମଡେଲ ତୁଳନାରେ ଏଥିରେ ମାଇଲେଜରେ ୧୦%ବୃଦ୍ଧି ହୋଇଛି। ଏଥିରେ ଇଣ୍ଟେଲିଜେଣ୍ଟ ଇଗ୍ନିସନ ଓ ସ୍ବୟଂକ୍ରିୟ ଷ୍ଟାର୍ଟ-ଷ୍ଟପ୍‌ ସୁବିଧା ଓ ଇଣ୍ଟ୍ରିଗ୍ରେଟେଡ ଷ୍ଟାର୍ଟର ଜେନେରେଟର ଭଳି ଅନେକ ସୁବିଧା ସାମିଲ ରହିଛି। ବିଶେଷକରି ଏହାର ସାମ୍ନାରେ ବଡ଼ ଇନ୍ଧନ ଟାଙ୍କି, ଲମ୍ବା ସିଟ, ଗୋଡ଼ ରଖିବା ଲାଗି ଅଧିକ ସ୍ଥାନ ଓ ବଡି ବାଲାନ୍ସ ପ୍ରଯୁକ୍ତି ଆରାମକୁ ବଢ଼ାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏଥିରେ ଦୁଇଟି ହେଲ୍‌ମେଟ୍‌ ରଖିବା ପାଇଁ ଉପଯୁକ୍ତ ସ୍ଥାନ,ମେଟାଲ ମ୍ୟାକ୍ସ ବଡି, ଫଲୋ ମି ହେଡ୍‌ଲ୍ୟାମ୍ପ, ଟର୍ନ ସିଗ୍‌ନାଲ ଲ୍ୟାମ୍ପ ରେଷ୍ଟ, ଜରୁରିକାଳୀନ ବ୍ରେକିଂ ପାଇଁ ସତର୍କ ସୂଚନା ଆଦି ସାମିଲ ରହିଛି।
ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୧୦ ସ୍କୁଟର ଡ୍ରମ୍‌, ଡ୍ରମ୍‌ ଆଲୟ, ଡ୍ରମ୍‌ ଏସ୍‌ଏକ୍ସସି ଓ ଡିସ୍କ ଏସ୍‌ଏକ୍ସସି ଭଳି ଚାରିଟି ଭାରିଆଣ୍ଟରେ ଉପଲବ୍ଧ। ଏପରିକି ଡନ୍‌ ବ୍ଲୁ ମ୍ୟାଟ, ଗାଲାଟିକ କପର ମ୍ୟାଟ, ଟାଇଟାନିୟମ ଗ୍ରେ ମ୍ୟାଟ, ଷ୍ଟାରଲାଇଟ ବ୍ଲୁ ମ୍ୟାଟ, ଲୁନାର ହ୍ବାଇଟ ଗ୍ଲସ୍‌ ଓ ମେଟେଓର ରେଡ୍‌ ଗ୍ଲସ୍‌ ରଙ୍ଗରେ ଉପଲବ୍ଧ ହେଉଥିଲାବେଳେ ଏହାର ବଜାର ଦର (ଏକ୍ସ ଶୋ’ରୁମ୍‌ ମୂଲ୍ୟ ଓଡ଼ିଶା) ୭୮,୬୦୦ ଟଙ୍କାରୁ ଆରମ୍ଭ ହେଉଛି।
ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବରିଷ୍ଠ ଉପସଭାପତି ତଥା କମ୍ୟୁଟର ବିଜ୍‌ନେସ୍‌ ଏବଂ କର୍ପୋରେଟ ବ୍ରାଣ୍ଡ୍‌ ଓ ମିଡିଆ ମୁଖ୍ୟ ଅନିରୁଦ୍ଧ ହାଲ୍‌ଦାର କହିଥିଲେ, ଗତ ଦଶନ୍ଧି ମଧ୍ୟରେ ଟିଭିଏସ୍‌ ସ୍କୁଟର ପୋର୍ଟଫାଲିଓରେ ଟିଭିଏସ୍‌ ଜୁପିଟର ୧୧୦ ଅଗ୍ରିମ ସ୍ଥାନ ଅଧିକାର କରିଛି। ଏପରିକି ଗତ କିଛି ବର୍ଷ ମଧ୍ୟରେ ୬.୫ନିୟୁତ ପରିବାର ଏହା ଉପରେ ଭରସା ପ୍ରକଟ କରିଛନ୍ତି, ଯାହା ଏହାକୁ ଭାରତର ଅନ୍ୟତମ ବୃହତ୍‌ ଅଟୋମୋଟିଭ ବ୍ରାଣ୍ଡ୍‌ରେ ପରିଣତ କରିଛି। ସେହିପରି ସମ୍ପୂର୍ଣ୍ଣ ନୂଆ ଟିଭିଏସ୍‌ ଜୁପିଟରରେ ‘ଜ୍ୟାଦା କା ଫାଏଦା’ର ମୂଳମନ୍ତ୍ରକୁ ଆହୁରି ଦୃଢ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri