Categories: ଜାତୀୟ

‘ସବୁ ମୋଦି ଚୋର’ ମନ୍ତବ୍ୟ: ରାହୁଲଙ୍କୁ ପାଟନା କୋର୍ଟ ନୋଟିସ

ପାଟନା,୧୩ା୪: ମୋଦି ଉପନାମଧାରୀ ସମସ୍ତ ବ୍ୟକ୍ତି ଚୋର ବୋଲି ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଟନାର ଏକ କୋର୍ଟ ନୋଟିସ କରିଛନ୍ତି। ଭାଜପାର ରାଜ୍ୟ ସଭା ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପକ୍ଷରୁ କରାଯାଇଥିବା ଏହି ମାମଲାରେ ଆସନ୍ତା ୨୫ରେ ହାଜର ହେବା ପାଇଁ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଆଦି ଦେବ ଏପ୍ରିଲ ୧୨ରେ ହାଜର ହେବା ପାଇଁ ଗତ ୧୮ରେ ନୋଟିସ କରିଥିଲେ। କିନ୍ତୁ ରାହୁଲଙ୍କ ଟିମ୍‌ ସୁରଟ ମାମଲାରେ ବ୍ୟସ୍ତ ଥିବା ଦର୍ଶାଇ ଅଧିକ ସମୟ ମାଗିଥିଲେ। ପ୍ରକାଶ ଯେ, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ରାହୁଲ କର୍ନାଟକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ମାମଲାରେ ଗୁଜରାଟର ସୁରଟ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

Share