ଏହି ପରିବାରର ସମସ୍ତ ସଦସ୍ୟ ଚୋର, ଏମିତି ଉପାୟରେ କେବଳ ଚୋରି କରନ୍ତି ସୁନା

ମୁମ୍ବାଇ,୩।୨: ‘ଆମେ ସମସ୍ତେ ଚୋର’ ଏହା କୌଣସି ବଲିଉଡ୍‌ ଫିଲ୍ମର ଡାଏଲଗ୍‌ ନୁହେଁ, ଏହା ହେଉଛି ମୁମ୍ବାଇର ଏକ ପରିବାରର ନିରାଟ ସତ କାହାଣୀ। କାରଣ ଏହି ପରିବାରର ପ୍ରତ୍ୟେକ ସଦସ୍ୟ ଚୋର। ପୋଲିସ ସୂଚନାନୁଯାୟୀ, ଏହି ପରିବାର ନାଁରେ ଗୋଟିଏ କି ଦୁଇଟି ନୁହେଁ, ୫୦ ଚୋରିର ଅଭିଯୋଗ ରହିଛି।

ମହାରାଷ୍ଟ୍ର ବ୍ୟତୀତ ଏମାନେ ତେଲେଙ୍ଗାନା ଏବଂ ଛତିଶଗଡ଼ର ଜୁଏଲାରୀ ଦୋକାନରୁ ମଧ୍ୟ ଚୋରି କରନ୍ତି। ମାଲାଡ ଓ୍ବେଷ୍ଟର କୁରାର ଥାନା ଅଧୀନରେ ଥିବା ଏକ ଜୁଏଲାରୀ ଦୋକାନରୁ ଚୋରି କରିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଚୋରିରେ ପରିବାରର ୫ ସଦସ୍ୟଙ୍କୁ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିଛି।

୧୩ ଜାନୁୟାରୀ ୨୦୨୧ରେ କୁରାର କ୍ଷେତ୍ରର ମୟୁର ଜୁଏଲାର୍ସରୁ ୧୦ ଭରି ସୁନା ଚୋରି ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଦୋକାନୀ ମାଲିକ ପୋଲିସକୁ କହିଥିଲେ କି, ୧୩ ଜାନୁୟାରୀ ଅପରାହ୍ନ ୨ଟାରେ ଏକ କଳା ଏବଂ ହଳଦିଆ ରଙ୍ଗର ଟ୍ୟାକ୍ସିରେ କିଛି ଲୋକ ତାଙ୍କ ଦୋକାନକୁ ଆସିଥିଲେ। ତିନି ଜଣ କିଛି ସମୟ ପର୍ଯ୍ୟନ୍ତ ସୁନାଗହଣା ଦେଖିବା ପରେ ଚାଲିଯାଇଥିଲେ। ଏହା ପରେ ତାଙ୍କ ଦୋକାନରେ ୧୦ ଭରି ସୁନା ନ ଥିବା ସେ ଜାଣିବାକୁ ପାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଘଟଣା ରେକର୍ଡ ହୋଇଛି। ଏହାକୁ ଆଧାର କରି କୁରାରର ବରିଷ୍ଠ ପୋଲିସ ନିରୀକ୍ଷକ ପ୍ରକାଶ ବେଲେଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଯାଞ୍ଚ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ଜଣାପଡ଼ିଥିଲା କି ଏହି ଚୋରମାନେ ପୁଣେ ଅଞ୍ଚଳର। ପୋଲିସ ଏହି ଘଟଣାରେ ସଂପୃକ୍ତ ରେଖା ହେମରାଜ(୪୫), ଅକ୍ଷୟ ହେମରାଜ ବାଣୀ(୧୯), ଶେଖର ହେମରାଜ(୨୮), ରେଣୁକା ଶେଖର ବାଣୀ (୨୩), ନରେନ୍ଦ୍ର ଅଶୋକ ସାଲୁଙ୍ଖେ(୩୫)ଙ୍କ ସମେତ ଟ୍ୟାକ୍ସି ଡ୍ରାଇଭର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି।

ପୋଲିସ କହିଛି, ଏମାନଙ୍କ ନାମରେ ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ଚୋରି ଅଭିଯୋଗ ରହିଛି। ଏମାନଙ୍କ ନିକଟରୁ ୧ ଲକ୍ଷ ୯୦ ହଜାର ଟଙ୍କାର ସୁନା ଜବତ କରାଯାଇଛି। ଆଉ ୩ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri