Categories: ଜାତୀୟ

ଭାରତର ସମସ୍ତ ଅନୁଷ୍ଠାନ ଆରଏସଏସ ଦ୍ୱାରା ହୋଇଛି ପ୍ରଭାବିତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୯: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପରେ ସବୁକିଛି ବଦଳି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାରତ ବର୍ତ୍ତମାନ ଏକ ଦୁର୍ବଳ ଗଣତନ୍ତ୍ର ସେ ଦାବି କରିଛନ୍ତି।

ନିକଟରେ ନରୱେର ଓସଲୋ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଭାରତର ସମସ୍ତ ଅନୁଷ୍ଠାନ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ ଦ୍ୱାରା ପ୍ରଭାବିତ ହୋଇଛି। ସିବିଆଇ, ଇଡି ଏବଂ ଇନକମ ଟ୍ୟାକ୍ସ ଭଳି ଏଜେନ୍ସିଗୁଡିକ ଅସ୍ତ୍ର କରାଯାଇଛି। ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ଭବିଷ୍ୟତରେ ଏହା ଘଟିବାକୁ ଦେବ ନାହିଁ।
ନିକଟରେ ରାହୁଲ ଗାନ୍ଧୀ ୟୁରୋପ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ଓସଲୋ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ। ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଓସଲୋ ବିଶ୍ୱବିଦ୍ୟାଳୟରୁ ତାଙ୍କର ଭିଡିଓ ଗୁରୁବାର କଂଗ୍ରେସ ଦ୍ୱାରା ପ୍ରକାଶ ପାଇଛି।

Share