ସୁମିରୁ ଉଦ୍ଧାର ହେଲେ ସବୁ ଭାରତୀୟ

ସୁମି,୯ା୩: ୟୁକ୍ରେନ୍‌ର ସୁମିରେ ଫସିଥିବା ସମସ୍ତ ୬୯୪ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବସ୍‌ ଯୋଗେ ପୋଲଟାଭା ଅଣାଯାଇଥିବା ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେଠାରୁ ସେମାନେ ବିମାନ ଯୋଗେ ଭାରତ ଫେରିବେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଦୁଇଦିନର ପ୍ରୟାସ ପରେ ସୁମିରେ ଫସିଥିବା ୬୯୪ ଜଣ ଭାରତୀୟଙ୍କୁ ବସ୍‌ ଯୋଗେ ପୋଲଟାଭା ଅଣାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବ। ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ ଗଙ୍ଗା ଆରମ୍ଭ କରାଯାଇଥିଲା। ଯୁଦ୍ଧ ସମୟରେ ପାଖାପାଖି ୨୦ ହଜାର ଭାରତୀୟ ସେଠାରେ ଫସି ରହିଥିବାବେଳେ ଏହି ମିଶନ ଜରିଆରେ ୧୭ ହଜାରରୁ ଊର୍ଦ୍ଧ୍ୱ ଭାରତ ଫେରିଛନ୍ତି।

Share