ପିସୋଚିନ ପହଞ୍ଚିଲା ଭାରତ ସରକାରଙ୍କ ବସ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନର ପିସୋଚିନରେ ଫସି ରହିଥିବା ପ୍ରାୟ ୨୯୮ ଭାରତୀୟ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପିସୋଚିନରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ୫ ବସ୍‌ର ବ୍ୟବସ୍ଥା କରାଯାଇଥିଲା । ଏହି ବସ୍ ମାଧ୍ୟମରେ ପିସୋଚିନରୁ ଭାରତୀଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଉଦ୍ଧାର ହୋଇଥିବା ଭାରତୀୟମାନେ ଭାରତ ପହଞ୍ଚିବା ପର୍ଯ୍ୟନ୍ତ ଦୂତାବାସ ସେମାନଙ୍କ ସମ୍ପର୍କରେ ରହିବ ବୋଲି କୁହାଯାଇଛି ।
ଏହା ପୂର୍ବରୁ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍ କରାଯାଇଥିଲା କି ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ୩ଟି ବସ୍ ପେସୋଚିନ ପହଞ୍ଚି ସାରିଛି । ଆଉ ସେଠାରୁ ଏହା ପଶ୍ଚିମକୁ ଗତି କରିବ । ଆଉ ୨ଟି ବସ ଶୀଘ୍ର ପହଞ୍ଚିବ । ଆମର ସମସ୍ତ ଛାତ୍ର ସୁରକ୍ଷିତ ଉଦ୍ଧାର ହୁଅନ୍ତୁ ଏତିକି କାମନା । ସୂଚନାଯୋଗ୍ୟ, ପିସୋଚିନ ଖାର୍କିବ ଠାରୁ ମାତ୍ର ୧୧ କିଲୋମିଟର ଦୂର ।

Share