Posted inଖେଳ

ଅଲ୍‌ ଇଣ୍ଡିଆ ସୁପର ସିରିଜ ର଼୍ୟାଙ୍କିଙ୍ଗ ଟେନିସ

ଭୁବନେଶ୍ୱର, ୧୩ା୯ (ବିଜୟ ରଣା): ତୃତୀୟ ଗଣେଶ୍ୱର ମେମୋରିଆଲ ଆଇଟା ଓଟା ଅଲ୍‌ ଇଣ୍ଡିଆ ସୁପର ସିରିଜ ୧୨ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ୨୦୨୩ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ଟେନିସ ଆସୋସିଏଶନ(ଓଟା) ଓ ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ଅଧୀନରେ ଭୁବନେଶ୍ୱର ଟେନିସ ଆସୋସିଏଶନ (ଟାବ୍‌) ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ବିଭାଗରେ ମହାରାଷ୍ଟ୍ରର ଆୟୁଷ ଯଜ୍ଞେଶ ପୂଜାରୀ ଫାଇନାଲରେ ନିଜ ରାଜ୍ୟର ରାଘବ ସାରୋଡ୍‌ଙ୍କୁ ୬-୧, ୨-୬, ୬-୦ରେ ହରାଇ ଦେଇଛନ୍ତି। ଏହି ଉଚ୍ଚକୋଟୀର ମ୍ୟାଚ ଅଢେଇ ଘଣ୍ଟା ଧରି ଚାଲିଥିଲା। ୧୪ ବର୍ଷରୁ କମ୍‌ ବାଳକ ଡବଲ୍ସ ଫାଇନାଲରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ (ଓଡ଼ିଶା) ଓ ଆୟୁଷ ଯଜ୍ଞେସ ପୂଜାରୀ (ମହାରାଷ୍ଟ୍ର) ୬-୪, ୬-୪ ସେଟ୍‌ରେ ଆହାନ ମିଶ୍ର (ଓଡ଼ିଶା) ଓ ସଂକଳ୍ପ କୁମାର ସାହାଣୀ (ପଶ୍ଚିମବଙ୍ଗ)ଙ୍କୁ ହରାଇ ଦେଇଛନ୍ତି।
ସେହିପରି ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ଓଡ଼ିଶାର ଆହାନ ୩ ଘଣ୍ଟା ଧରି ଅନୁଷ୍ଠିତ ଏକ ମାରାଥନ ମ୍ୟାଚରେ ନିଜ ରାଜ୍ୟର ଅଭିପ୍ସା ଦେହୁରୀଙ୍କୁ ୪-୬, ୬-୨, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଡବଲ୍ସରେ ଆହାନ ଓ ଅଭିପ୍ସା ଦେହୁରି (ଉଭୟେ ଓଡ଼ିଶା) ୬-୧, ୬-୧ରେ ଇନ୍ଦ୍ରାକ୍ଷୀ ଭଟ୍ଟାଚାର୍ଯ୍ୟ ଓ ରିୟା ରୟ(ଉଭୟେ ପଶ୍ଚିମବଙ୍ଗ)ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ୧୨ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ରୋନି ବିଜୟ କୁମାର (ତାମିଲନାଡୁ) ୪-୨, ୪-୨ରେ ନିବାସ ହୁସେନ (ଆସାମ)ଙ୍କୁ ହରାଇ ଦେଇଛନ୍ତି। ୧୨ ବର୍ଷରୁ କମ୍‌ ବାଳକ ଡବଲ୍ସରେ ମୋନୋଦୀପ୍‌ ଦେ (ପଶ୍ଚିମବଙ୍ଗ) ଓ ନର୍ବାଣ ମର୍ଗଣା (ତେଲଙ୍ଗାନା) ୬-୧, ୬-୧ରେ ବୀର ଚତୁର (ମହାରାଷ୍ଟ୍ର) ଓ ରୋନି ବିଜୟ କୁମାର(ତାମିଲନାଡୁ)ଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ସେହିପରି ୧୨ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ ଫାଇନାଲରେ ତମନ୍ନା ନାୟାର (ମହାରାଷ୍ଟ୍ର) ୬-୩, ୧-୬ (୧୦-୫)ରେ ପ୍ରଦତ୍ତ ଦାସ (ପଶ୍ଚିମବଙ୍ଗ)ଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। ବାଳିକା ଡବଲ୍ସ ଫାଇନାଲରେ ତମନ୍ନା ନାୟାର (ମହାରାଷ୍ଟ୍ର) ଓ ପରିଣିତା ଭାଟାପ୍ରାମ୍ବିଲ (ଆନ୍ଧ୍ର ପ୍ରଦେଶ) ୬-୦, ୬-୦ରେ ସାନରଚନା ଦାସ ଓ ରିଦ୍ଧିମା ମଲିକ (ଉଭୟେ ପଶ୍ଚିମବଙ୍ଗ)ଙ୍କୁ ହରାଇ ଦେଇଛନ୍ତି। ଏହି ଉପଲକ୍ଷେ ଉଦ୍‌ଯାପନୀ ଉତ୍ସବରେ ଶିବ ଶଙ୍କର ପରିଡ଼ା ଓ ଆଇଟା ସୁପରଭାଇଜର ପ୍ରବୀଣ ନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏଶନ ଚେୟାରମ୍ୟାନ ଚିତ୍ତରଞ୍ଜନ ମହାନ୍ତି ପୁରସ୍କାର ବିତରଣ କରିଥିଲେ। ଟୁର୍ନାମେଣ୍ଟର ବିଜେତା ଓ ରନରଅପ୍‌ ଯଥାକ୍ରମେ ୫୦ ଓ ୪୦ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri