ଏସବୁ ୫ ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତାଣ୍ଡବ

ନୂଆଦିଲ୍ଲୀ, ୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୫ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ସେସବୁ ରାଜ୍ୟ ମଧ୍ୟରେ ମହାରାଷ୍ଟ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ତାମିଲନାଡୁ ରହିଛି। ସେହିପରି ତୃତୀୟ ସ୍ଥାନରେ କର୍ନାଟକ ରହିଛି। ଚତୁର୍ଥ ସ୍ଥାନରେ ଆନ୍ଧ୍ରପ୍ରଦେଶ ଥିବାବେଳେ ପଞ୍ଚମ ସ୍ଥାନରେ ଦିଲ୍ଲୀ ରହିଛି। ମହାରାଷ୍ଟ୍ରରେ ୪ ଲକ୍ଷ ୬୮ ହଜାର ୨୬୫ ଜଣ ଆକ୍ରାନ୍ତ ଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୧୬ ହଜାର ୪୭୬ ରହିଛି। ମହାରାଷ୍ଟ୍ରରେ ୩ ଲକ୍ଷ ୫ ହଜାର ୫୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ତାମିଲନାଡୁରେ ୨ ଲକ୍ଷ ୭୩ ହଜାର ୪୬୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୪ ହଜାର ୪୬୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଲକ୍ଷ ୧୪ ହଜାର ୮୧୫ ଜଣ ସୁସ୍ଥ ହୋଇ ସାରିଛନ୍ତି। କର୍ନାଟକରେ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୮୦୪ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୫୧ ହଜାର ୪୪୯ ଜଣ ଆକ୍ରାନ୍ତ ରହିଛି। ସେମାନଙ୍କ ମଧ୍ୟରୁ ୭୪ ହଜାର ୬୭୯ ସୁସ୍ଥ ହୋଇସାରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ମୃତକଙ୍କ ସଂଖ୍ୟା ହଜାରେ ୬୮୧ ରହିଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୮୬ ହଜାର ୪୬୧ ରହିଛି। ସେଥିମଧ୍ୟରୁ ଲକ୍ଷେ ୪ ହଜାର ୩୫୪ ସୁସ୍ଥ ହୋଇ ସାରିଛନ୍ତି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୪୦ ହଜାର ୨୩୨ ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୪ ହଜାର ୪୪ ରହିଛି। ଅପରପକ୍ଷରେ ଲକ୍ଷେ ୨୬ ହଜାର ୧୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share