ପ୍ରିୟଙ୍କାଙ୍କ ଲକେଟ୍‌ ଉପରେ ଥିଲା ସମସ୍ତଙ୍କ ନଜର, କାରଣ…

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆମେରିକାର ନିକ୍‌ ଜୋନାସଙ୍କୁ ବିବାହ କରିବା ପରେ ସେ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି। ତେଣୁ ସେ କ୍ୱଚିତ୍‌ ଭାରତ ଆସନ୍ତି। ତେଣୁ ପ୍ରଶଂସକମାନେ ତାଙ୍କ ଭାରତ ଫେରିବା ବାଟକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି।  ତେବେ ସେ ପ୍ରଶଂସକମାନଙ୍କର ଏହି ଉତ୍ସାହକୁ ଆଦୌ ନିରାଶ କରିନାହାନ୍ତି। ସେ ମୁମ୍ବାଇ ଫେରିଛନ୍ତି।

ମୁମ୍ବାଇ ଫେରୁଛନ୍ତି ବୋଲି ପ୍ରିୟଙ୍କା ଏନେଇ ପୂର୍ବରୁ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଗୁରୁବାର ରାତିରେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଗଣମାଧ୍ୟମକୁ ନମସ୍କାର କରିବା ସହ ଫଟୋଗ୍ରାଫ୍‌ ପାଇଁ ପୋଜ୍‌ ମଧ୍ୟ ଦେଇଥିଲେ। ଏହି ସମୟରେ ସେ ଖୁବ୍‌ ଷ୍ଟାଇଲିସ ଦେଖାଯାଉଥିଲେ। ପ୍ରିୟଙ୍କା ଏକ ବ୍ରାଲେଟ ଟପ୍‌ ସହିତ ଧୂସର ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ ଏବଂ ଏକ ଲମ୍ବା କଳା ଜ୍ୟାକେଟ ସହିତ ଲୁକ୍‌କୁ କମ୍ପ୍ଲିଟ୍‌ କରିଥିଲେ।

ବିନା ମେକ୍‌ଅପ୍‌ରେ ପିସି ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ବେକରେ ଥିବା ଲକେଟ୍‌ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା। କାରଣ ପ୍ରିୟଙ୍କା ତାଙ୍କ ଝିଅ ନାଁ ଥିବା ଏକ ଲକେଟ୍‌ ପିନ୍ଧିଥିଲେ। ତାଙ୍କ ଲକେଟ୍‌ରେ ମାଳତୀ ଲେଖାଯାଇଛି। ଏଥିରୁ ପ୍ରିୟଙ୍କା ତାଙ୍କ ଝିଅକୁ କେତେ ଭଲ ପାଆନ୍ତି ବୁଝାପଡ଼େ।

Share