ସକାଳ ୮ରୁ ୧୨ ଘଣ୍ଟା ବନ୍ଦ ରହିବ ସବୁ କ୍ରଶର

ଖୋର୍ଦ୍ଧା, ୧।୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧାରେ ଛତୁ ଫୁଟିବା ଭଳି କ୍ରଶରଗୁଡ଼ିକ ଗଢିଉଠୁଛି। ଦିନରାତି କ୍ରଶର ଚାଲିବା ଫଳରେ ବାୟୁ ପ୍ରଦୂଷଣ ବଢୁଛି। ଗଛଲତାରେ ଧୂଳି ଆସ୍ତରଣ ଜମୁଛି। ସରକାରୀସ୍ତରରେ ପ୍ରାୟ ୧୦୦ଟି କ୍ରଶରକୁ ଅନୁମତି ଦିଆଯାଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଚାଲୁଛି। କ୍ରଶର ସ୍ଥାପନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିବା ବେଳେ ଏହାକୁ ଅଧିକାଂଶ କ୍ରଶର ମାଲିକ ଅଣଦେଖା କରୁଛନ୍ତି। କ୍ରଶନଜନିତ ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କ୍ରଶର ବନ୍ଦ ରଖିବା ଲାଗି ସମସ୍ତ କ୍ରଶରମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କ୍ରଶର ମାଲିକ ସଂଘ ସହ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଆଲୋଚନା କରିଥିଲେ। ଅଧିକାଂଶ କ୍ରଶର ଚାରିପଟେ ପାଚେରି ନ ଥିବାବେଳେ ନିୟମିତ ପାଣି ସିଞ୍ଚନ କରାଯାଉନାହିଁ। ସେହିପରି ଚାରାରୋପଣ ମଧ୍ୟ କରାଯାଉନାହିଁ। ସ୍କିଙ୍କଲର ପାଇପ ଯୋଗେ କ୍ରଶର ୟୁୁନିଟରେ ପାଣି ସିଞ୍ଚନ ଲାଗି ତାଗିଦା ସତ୍ତ୍ୱେ ବହୁ କ୍ରଶର ଏହାକୁ ମାନୁନାହାନ୍ତିି। ଫଳରେ ଜିଲା ପ୍ରଶାସନ ଏବେ ଆକ୍ସନ ମୁଡ୍‌ରେ ରହିଛି। ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ରଶର ଚାଲିବା ଯୋଗୁ ବାୟୁ ପ୍ରଦୂଷିତ ହେବା ସହ ଗଛରେ ଧୂଳି ପଡି ଧୂସରିତ ଦେଖାଯାଉଛି। କ୍ରଶର ଚଲାଇବା ପାଇଁ ରହିଥିବା ନିୟମ କଡ଼ାକଡି ପାଳନ ଲାଗି ଉପଜିଲାପାଳ ସେଠୀ କଡା ତାଗିଦା କରିଛନ୍ତି। କ୍ରଶର ମାଲିକ ସଂଘ ଅନୁରୋଧ କ୍ରମେ ଏହାକୁ ବୁଧବାର ପର୍ଯ୍ୟନ୍ତ କୋହଳ କରାଯାଇଥିବାବେଳେ ଗୁରୁବାରଠାରୁ ଏହା ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଛନ୍ତି। ଫଳରେ କ୍ରଶର ମାଲିକଙ୍କ ମଧ୍ୟରେ ଛନକା ପଶିଛି। ଗୁରୁବାରଠାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ କ୍ରଶର ୟୁନିଟଗୁଡିକରେ ଚଢାଉ କରାଯିବ। ତେବେ ବିରି ମାଡ଼ ଦେଖି କୋଳଥ ଚେପା ଭଳି କ୍ରଶର ୟୁନିଟଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କ୍ରଶର ସଂଘ ପକ୍ଷରୁ ହୁଇପ ଜାରି କରାଯାଇଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ପ୍ରଶାସନିକ ସ୍ତରରେ ୩ ସ୍ତରୀୟ ଯାଞ୍ଚ ପରେ କ୍ରଶର ୟୁନିଟ ସ୍ଥାପନ ଲାଗି ଅନୁମତି ଦିଆଯାଇଥିଲା। ଏବେ କିପରି ସେଗୁଡ଼ିକୁ ସରକାରୀ ନିୟମ ମାନୁନାହାନ୍ତି ତାହାକୁ ନେଇ ପ୍ରାନ ଉଠୁଛି। ବେଆଇନ ଭାବେ ଶହ ଶହ କ୍ରଶର ଚାଲିଥିବାରୁ ସରକାର ରାଜସ୍ବ ହରାଉଥିବାବେଳେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। କ୍ରଶର ୟୁନିଟ୍‌ ଉପରେ ଅଙ୍କୁଶ ନ ଲାଗିଲେ ଆଗାମୀ ଦିନରେ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପରିବେଶବିତ ଆଶଙ୍କା କଲେଣି। ଏନେଇ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ପୂର୍ବରୁ କ୍ରଶର ମାଲିକ ସଂଘ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେମାନଙ୍କୁ ଜାନୁଆରୀ ୩୧ ତାରିଖ ମଧ୍ୟରେ ଉପରୋକ୍ତ ବ୍ୟବସ୍ଥା ଲାଗି ତାଗିଦା କରାଯାଇଥିଲା। ଏହାପରେ କୌଣସି କ୍ରଶର ନୀତି ନିୟମକୁ ଉଲ୍ଲଂଘନ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri