Posted inUncategorized

ବିବାହ ପୂର୍ବରୁ ବାପା ହୋଇଥିଲେ ସବୁ କ୍ରିକେଟର୍‌

ବିଶ୍ୱ କ୍ରିକେଟରେ ଏପରି ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ବାପା ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି କ୍ରିକେଟରମାନେ ବିବାହ ପୂର୍ବରୁ ନିଜ ଗର୍ଲଫ୍ରେଣ୍ଡମାନଙ୍କ ସହିତ ସମ୍ପର୍କ ରଖିବା ପରେ ବାପା ହୋଇଛନ୍ତି। କ୍ରିକେଟରଙ୍କ ଏହି ଅନନ୍ୟ ତାଲିକାରେ ଜଣେ ଭାରତୀୟ ମଧ୍ୟ ସାମିଲ ଅଛନ୍ତି।


ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିବାହ ପୂର୍ବରୁ ପିତା ହୋଇଛନ୍ତି। ହାର୍ଦ୍ଦିକ ଦୁବାଇରେ ୧ ଜାନୁୟାରୀ ୨୦୨୦ରେ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ୩୦ ଜୁଲାଇ ୨୦୨୦ରେ ହାଦ୍ଦିକ ପୁତ୍ର ସନ୍ତାନର ପିତା ହୋଇଥିଲେ।

ଜୋ ରୁଟ

ଏହି ତାଲିକାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ମଧ୍ୟ ସାମିଲ ହୋଇଛନ୍ତି। ରୁଟ ୨୦୧୪ରୁ ତାଙ୍କ ଗର୍ଲଫ୍ରେଣ୍ଡ କାରୀ କର୍ଟେଲଙ୍କୁ ଡେଟ କରୁଥିଲେ। ଦୁହେଁ ମାର୍ଚ୍ଚ ୨୦୧୬ରେ ଟି-୨୦ ବିଶ୍ୱକପ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହା ପୂର୍ବରୁ ପୁଅ ଆଲଫ୍ରେଡ ୭ ଜାନୁଆରୀ ୨୦୧୭ରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ଦମ୍ପତି ବିବାହ କରିଥିଲେ।

ଡେଭିଡ ୱାର୍ଣ୍ଣର

ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ଣ୍ଣର ବିବାହ ନ କରି ବାପା ହୋଇଛନ୍ତି। ୨୦୧୪ ରେ, ଡେଭିଡ ୱାର୍ନରଙ୍କ ଗର୍ଲଫ୍ରେଣ୍ଡ କାଣ୍ଡିସ ତାଙ୍କର ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ। ୨୦୧୫ରେ ୱାର୍ଣ୍ଣର କ୍ୟାଣ୍ଡିସଙ୍କୁ ବିବାହ କରିଥିଲେ।


ଇମ୍ରାନ ଖାନ
ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା କ୍ରିକେଟର ଥିବା ଇମ୍ରାନ ଖାନ ମଧ୍ୟ ବିବାହ ନ କରି ପିତା ହୋଇଥିଲେ। ଇମ୍ରାନ ସୀତା ହ୍ବାଇଟ ସହିତ ସମ୍ପର୍କରେ ଥିଲେ। ସୀତା ଏବଂ ଇମ୍ରାନଙ୍କ ସମ୍ପର୍କ ୧୯୮୭-୮୮ ରେ ଆରମ୍ଭ ହୋଇଥିଲା ଏବଂ ଉଭୟ ୧୯୯୧ରେ ନିକଟତର ହୋଇଥିଲେ। ୧୯୯୨ରେ, ସେମାନଙ୍କ ପାଇଁ ଏକ ଶିଶୁ ଜନ୍ମ ହୋଇଥିଲା। ଏହା ଇମ୍ରାନଙ୍କ ସନ୍ତାନ ଥିଲା, କିନ୍ତୁ ଇମ୍ରାନ ପ୍ରଥମେ ଏହାକୁ ଅସ୍ବୀକାର କରିଥିଲେ, ପରେ ଡିଏନଏ ଟେଷ୍ଟରେ। ଏହି ଶିଶୁଟି ଇମ୍ରାଷ୍କ ବୋଲି ଜଣାପଡିଥିଲା।

ଭିଭିଆନ ରିଚାର୍ଡସ
୧୯୮୦ରେ ଭାରତ ଆସିଥିବା ରିଚାର୍ଡସ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ଭେଟିଥିଲେ। ଉଭୟଙ୍କ ପ୍ରେମ ଦୀର୍ଘ ସମୟ ଧରି ଚାଲିଥିଲା ଏବଂ ଦୁହେଁ ଲିଭ୍‌-ଇନ୍‌ରେ ମଧ୍ୟ ଥିଲେ। ୧୯୮୯ ରେ, ନୀନା ଏକ ଝିଅ ଜନ୍ମ ଦେଇଥିଲେ, ଯାହାର ନାମ ମାସାବା। ଭିଭିଆନ ରିଚାର୍ଡସ ମରିୟମଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

କ୍ରିସ ଗେଲ
ଦୁନିଆର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ୨୦୧୭ ଆଇପିଏଲ ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ବାରିଜ ଏକ ଝିଅ ଜନ୍ମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri