ଆସନ୍ତା ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶୁକ୍ରବାର ବନ୍ଦ ଘୋଷଣା କରାଯାଇଛି। ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ ମେଡିକାଲ ଏବଂ ନର୍ସିଂ କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ଅନ୍ୟ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରହିଲେ ବି ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ ବୋଲି କୁହାଯାଇଛି।