ସବୁ ବର୍ଗର ବ୍ୟକ୍ତିଙ୍କୁ ୬୦ ପରେ ପେନ୍‌ସନ ଦିଆଯାଉ

ଜୟପୁର, ୩୦ା୫(ନି.ପ୍ର.): ନିଖିଳ ଓଡ଼ିଶା ଇପିଏଫ୍‌ ପେନସନ ଅନ୍ତର୍ଭୁକ୍ତ ବରିଷ୍ଠ ଶ୍ରମିକ କର୍ମଚାରୀଙ୍କ ଏକ ସଭା ସ୍ଥାନୀୟ ଯାଦବ ଭବନରେ କୋରାପୁଟ ଜିଲା ଶାଖା ସଭାପତି ନଳିନୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଓଏଏସ୍‌ଆର୍‌ଟିସି, ଯୋଗାଣ ନିଗମ, ଉଠାଜଳସେଚନ ନିଗମ, ରାଜ୍ୟ କୃଷି ନିଗମ, ବିହନ ନିଗମ, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ, ସେବା କାଗଜ କଳ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ପେନସନଭୋଗୀ ଶ୍ରମିକ କର୍ମଚାରୀ ସଂଘ ଓ ସଭ୍ୟମାନେ ଯୋଗ ଦେଇଥିଲେ। ସିଟି କୋଅର୍ଡିନେଶନ୍‌ ଅଫ୍‌ ୟୁନିୟନ୍ସ ଆସୋସିଏଶନ୍‌ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ଇପିଏଫରେ ବହୁତ ବ୍ୟତିକ୍ରମ ହେଉଛି ବୋଲି କହିଛନ୍ତି। କେତେକ ସ୍ଥାନରେ ଇପିଏଫରେ ଅନ୍ତର୍ଭୁକ୍ତ କରାଯାଉନାହିଁ, ଇପିଏଫ୍‌ କାଟି ଜମା ହେଉନାହିଁ। ଏସବୁ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ସବୁ କ୍ଷେତ୍ରର ବ୍ୟକ୍ତିଙ୍କୁ ୬୦ ବର୍ଷ ପରେ ପେନ୍‌ସନ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି। ପେନ୍‌ସନ ବୃଦ୍ଧାବସ୍ଥାରେ ମଣିଷ ପାଇଁ ସାହାଯ୍ୟକାରୀ ହୋଇଥାଏ। ଅନେକ ରାଜ୍ୟରେ ୬୦ବର୍ଷ ପରେ ମାସକୁ ୧ହଜାରରୁ ୨୫ଶହ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି। ସେତିକିବେଳେ ଯେଉଁମାନେ ଇପିଏଫକୁ ଯୋଗଦାନ କରୁଛନ୍ତି ସେମାନଙ୍କୁ ମାତ୍ର ୩ହଜାର ନ ଦେଇ ୯ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ଯେଉଁ ଦାବି ହୋଇଛି, ତାହାକୁ ଶ୍ରମିକମାନେ ସମର୍ଥନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସଭାପତି ନଳିନୀକାନ୍ତ ରଥ ରାଜ୍ୟସ୍ତରୀୟ ଦାବିପତ୍ରକୁ ଉପସ୍ଥାପନ କରିଥିଲେ।
ମାସିକ ପେନସନ ୯୦୦୦, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ପେନସନ, ସମସ୍ତ ଇପିଏଫ ପେନସନ ଭୋଗୀଙ୍କୁ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଦାବି ହୋଇଛି। ଏହି ଦାବି ପୂରଣ ପାଇଁ ଓଡ଼ିଶାରୁ ୩୦ହଜାର ପେନ୍‌ସନ ଭୋଗୀ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଜୁନ୍‌ ମାସ ଭିତରେ ଚିଠି ଦେବେ। କୋରାପୁଟରୁ ୧୦୦୦ ଚିଠି ଯିବ। ନଭେମ୍ବର ୧୬ ସୁଦ୍ଧା କେନ୍ଦ୍ର ସରକାରଙ୍କ ପେନସନ ନୀତିକୁ ବିରୋଧ ସହ ଦାବି କାର୍ଯ୍ୟକାରୀ କରିବାକୁ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କାହ୍ନୁଚରଣ ପାଢୀ, ରାମକୃଷ୍ଣ ସାବତ, ଦାମୋଦର ରଣା, ଭାଗିରଥି ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। କୋଅର୍ଡିନେଶନ୍‌ କମିଟି ସଂଗଠନ ସମ୍ପାଦକ ଯୁଧିଷ୍ଠିର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri