Categories: ଜାତୀୟ

ବାବ୍ରି ବିଧ୍ୱଂସ ସମ୍ପର୍କିତ ସମସ୍ତ ମାମଲା ବନ୍ଦ, ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ, ୩୦।୮ : ୬ ଡିସେମ୍ବର ୧୯୯୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ବାବ୍ରି ବିଧ୍ୱଂସ ସମ୍ପର୍କିତ ସମସ୍ତ ମାମଲାକୁ । ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ଏହା ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି ମାମଲାରେ ଦାଖଲ ହୋଇଥିବା ଅବମାନନା ଆବେଦନକୁ ବନ୍ଦ କରି ଦେଇଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆବେଦନକାରୀ ଅସଲମ ଭୁରେ ଆଉ ଏହି ଦୁନିଆରେ ନାହାଁନ୍ତି। ୨୦୧୯ରେ ହୋଇଥିବା ଫଇସଲା ଅନୁସାରେ ଏହି ପ୍ରସଙ୍ଗକୁ ଜାରି ରଖିବାର ଆଉ ଆବଶ୍ୟକ ନାହିଁ ।

ସୂଚନାଯୋଗ୍ୟ, ଷୋଡଶ ଶତାବ୍ଦୀରେ ନିର୍ମିତ ଏହି ମସଜିଦ କର ସେବକଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ଫୈଜାବାଦରେ ଦୁଇଟି ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା। ଭାଜପା ନେତା ଏଲ.କେ ଆଡଭାଣୀ,  ଉମା ଭାରତୀଙ୍କ ସମେତ ଲକ୍ଷ ଲକ୍ଷ କର ସେବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା॥ ସାରା ଦେଶରେ ଏନେଇ ହୋଇଥିବା ଦଙ୍ଗାରେ ଦୁଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share