Categories: ଜାତୀୟ

ଗୁଜରାଟର ସମସ୍ତ ପୋଲର ହେବ ସର୍ବେକ୍ଷଣ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…

ଅହମଦାବାଦ,୨୪।୧୧ : ଗୁଜରାଟର ମୋରବିରେ ଝୁଲାପୋଲ ଭୁଶୁଡ଼ିବା ପରେ ହାଇକୋର୍ଟ ସରକାରଙ୍କୁ ରାଜ୍ୟର ସମସ୍ତ ସେତୁ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେତେ ସେତୁ ଠିକ ସ୍ଥିତିରେ ଅଛି ତାହା ନିଶ୍ଚିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି? ସେଥି ମଧ୍ୟରୁ କେତେକ ମୋରବି ଭଳି ସମାନ ଅବସ୍ଥାରେ ଅଛି ସେନେଇ ହାଇକୋର୍ଟ ସମସ୍ତ ପୋଲର ଏକ ତାଲିକା ଲୋଡିଛନ୍ତି। ଦାଖଲ ହୋଇଥିବା ରିପୋର୍ଟ ପ୍ରାମାଣିକ ହେବା ଆବଶ୍ୟକ ଏବଂ ହାଇକୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବା ଜରୁରୀ।

ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ମାମଲାର ରିପୋର୍ଟ ଗଲା ପରେ ମୃତ ଓ ଆହତଙ୍କ ସମ୍ପର୍କୀୟଙ୍କୁ ଦିଆଯାଇଥିବା କ୍ଷତିପୂରଣ ବୃଦ୍ଧି କରାଯିବା ଉଚିତ ବୋଲି ଆମର ମତ ରହିଛି। କୋର୍ଟ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ଆହତଙ୍କ ପାଇଁ କ୍ଷତିପୂରଣ ହିସାବରେ୫୯ ହଜାର ଟଙ୍କା ମଧ୍ୟ ବହୁତ କମ । ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ଆଘାତ ପ୍ରାପ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସମ୍ପର୍କିତ ଚିକିତ୍ସା ବିବରଣୀ ବାହାରକୁ ଆସୁନଥିବା ନେଇ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Share