Categories: ଫୁରସତ

ଭାରତର ଏହି ସ୍ଥାନକୁ ଆଜି ବି ଯିବାଆସିବା କରିଥାନ୍ତି ଏଲିଏନ୍ସ

ଆଜି ମଧ୍ୟ ଏଲିଏନ୍ସମାନେ ପୃଥିବୀର କୌଣସି ନା କୌଣସି ସ୍ଥାନକୁ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି। କିନ୍ତୁ ଏହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ କି ଏମାନେ କେଉଁଠୁ ଏବଂ କାହିଁକି ଆସିଥାନ୍ତି ସେ ସମ୍ପର୍କରେ କେହି ସଠିକ୍‌ କହିପାରୁନାହାନ୍ତି। ହଲିଉଡ୍‌ ଫିଲ୍ମ ‘ଦ ଫୋର୍ଥ କାଇଣ୍ଡ୍‌’ରେ ଦେଖିବାକୁ ମିଳିଥିଲା କି, କିପରି ଅଲଗା ସହରରୁ ଲୋକେ ଗାୟବ ହୋଇଯାଉଛନ୍ତି। ଯେତେବେଳେ ଏହି ରହସ୍ୟ ଉପରୁ ପରଦା ହଟିଲା ସେତେବେଳେ ଜଣାପଡ଼ିଲା, ଏହି ଲୋକମାନଙ୍କୁ ଏଲିଏନ୍ସମାନେ ସାଥୀରେ ନେଇଯା’ନ୍ତି।
ଏଲିଏନ୍ସମାନେ କିଛି ଜଣାଶୁଣା ସ୍ଥାନକୁ ଆସିଥାନ୍ତି। ଋଷ ଏବଂ ଆମେରିକାରେ ତ ଏହା କେତେଥର ଦେଖାଯାଇଛି। ଏଥିରେ ଭାରତର ତାଲିକା ମଧ୍ୟ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏପରି ଏକ ସ୍ଥାନ ଅଛି, ଯେଉଁଠାକୁ ଏଲିଏନ୍ସ ପ୍ରତି ମାସରେ ଆସିଥାନ୍ତି। ଏହି ଦାବିକୁ ନାସା ମଧ୍ୟ ସ୍ବୀକାର କରିଛି। ଜୁନ୍‌ ୨୦୦୬ରେ ‘ଯୁଗଳ’ ସାଟେଲାଇନ୍‌ ୟୁଏଫ୍‌ଓର ଫଟୋ ଜାରି କରିଥିଲା। ଏହି ଫଟୋ ୟୁଏଫ୍‌ଓକୁ ପରିସ୍କାର ଦେଖାଯାଇପାରିବ। ଜାଣନ୍ତୁ ଭାରତର କେଉଁ ସ୍ଥାନକୁ ଆସିଥାନ୍ତି, ଏଲିଏନ୍ସ ଜାଣନ୍ତୁ ଏ ସମ୍ପର୍କରେ…
ଏହି ସ୍ଥାନ ହିମାଳୟ ନିକଟ ଲଦାଖରେ ଅଛି। ଏହି ସ୍ଥାନକୁ ଯିବା ବହୁ କଷ୍ଟକର। କାରଣ ଏହି ସ୍ଥାନ ସର୍ବଦା ବରଫରେ ଆଚ୍ଛାଦିତ। ୧୯୬୨ରେ ଭାରତ-ଚାଇନା ଯୁଦ୍ଧ ପରେ ଏକ ସହମତି ପ୍ରକାଶ ପାଇଥିଲା। ଦୁଇ ଦେଶର ସୈନିକମାନେ ଏହି ସ୍ଥାନରେ ମାର୍ଚ୍ଚ କରିପାରିବେ ନାହିଁ। କିନ୍ତୁ ଦୂରରୁ ଏହାକୁ ନଜର କରିପାରିବେ। ସେହି ଚୁକ୍ତିପରଠାରୁ ସ୍ଥାନଟି ନିର୍ଜନ ହୋଇଯାଇଛି।
ସ୍ଥାନୀୟ ଲୋକେ କୁହନ୍ତି, କିଛି ମହାପୁରୁଷ କୋଙ୍ଗାକା-ଲା ପରିଦର୍ଶନରେ ଆସିଥାନ୍ତି। ଯେଉଁଠାରେ ସେମାନଙ୍କୁ ଉଡ଼ନ୍ତା ଅବସ୍ଥାରେ କିଛି ଦେଖିବାକୁ ମିଳିଥିଲା। ପ୍ରତି ମାସରେ ପର୍ଯ୍ୟଟକମାନେ ଏହି ସ୍ଥାନକୁ ବୁଲିବା ପାଇଁ ଆସିଥାନ୍ତି। ତେବେ ଏହି ଉଡ଼ନ୍ତା ଲୋକମାନଙ୍କ ସମ୍ପର୍କରେ ବିଜ୍ଞାନ ଆଜିପର୍ଯ୍ୟନ୍ତ ସଠିକ୍‌ କାରଣ ପାଇପାରିନାହିଁ। ଏଥିପାଇଁ ଏହି ସ୍ଥାନକୁ ଏଲିଏନ୍ସମାନଙ୍କ ସ୍ଥାନ ବୋଲି କୁହାଯାଉଛି।

Share