ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି। ହୁଏତ ଏଠାକାର ବାୟୁମଣ୍ଡଳରେ ଏଲିଅନ ବାସ କରୁଥାଇ ପାରନ୍ତି ବୋଲି ମହାକାଶ ବିଜ୍ଞାନୀ ଆଶା ପ୍ରକାଶ କରିଛନ୍ତି। ଫସଫିନ୍‌୍‌ ଗ୍ୟାସ୍‌ ଗୋଟିଏ ଫସଫରସ୍‌ ପରମାଣୁ ଏବଂ ୩ଟି ହାଇଡ୍ରୋଜେନ୍‌ ପରମାଣୁ ରହିଥାଏ। ଏଥିରେ ଜୀବନ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁକ୍ରର ବାୟୁମଣ୍ଡଳରେ ସୁକ୍ଷ୍ମ ଜୀବନ ଭାସି ବୁଲୁଥିବା ଅନୁମାନ କରାଯାଉଛି। ଫସଫିନ୍‌ ଗ୍ୟାସ୍‌ ପେଙ୍ଗୁଇନ୍‌ଙ୍କ ପାକସ୍ଥଳୀରେ ମିଳିଥାଏ। ସେହିପରି କମ୍‌ ଅମ୍ଳଜାନ ଥିବା ସ୍ଥାନରେ ଏହି ଗ୍ୟାସ୍‌ ମିଳିଥାଏ। ମାଇକ୍ରୋ ବ୍ୟାକ୍ଟେରିଆ ଅମ୍ଳଜାନ ଅଭାବରେ ଏହି ଗ୍ୟାସ୍‌ ସୃଷ୍ଟି କରିଥାନ୍ତି। ଶୁକ୍ରର ବାୟୁ ମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ପତଳା ଆବରଣ ରହିଛି। ଏହା ଏଠାରେ ଥିବା ଜୀବନକୁ ପ୍ରମାଣିତ କରୁଛି ବୋଲି ମହାକାଶ ବିଜ୍ଞାନୀ ଦାବି କରିଛନ୍ତି। ଏନେଇ ବ୍ରିଟେନ୍‌ର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେନ୍‌ ଗ୍ରୀବ୍ସ୍‌ କହିଛନ୍ତି ଯେ, ଫସଫିନ୍‌ କାରଖାନାରେ ତିଆରି ହୋଇଥାଏ। ମାତ୍ର ଶୁକ୍ରରେ କାରଖାନା ତ ନାହିଁ। ସେଠାରେ ପେଙ୍ଗୁଇନ୍‌ ମଧ୍ୟ ନାହାନ୍ତି। ତେଣୁ ନିଶ୍ଚିତ ଭାବେ ମାଇକ୍ରୋ ବ୍ୟାକ୍ଟେରିଆ ଅବା ଅଲିଅନ୍‌ ଭଳି ଅନ୍ୟ କୌଣସି ପ୍ରାଣୀ ରହିଥିବାର ଅନୁମାନ କରାଯାଉଛି। ଶୁକ୍ର ଭୂପୃଷ୍ଠର ୫୦ କିଲୋମିଟର ଉପରେ ଫସଫିନ୍‌ର ଆସ୍ତରଣ ରହିଛି। ଚିଲିର ଆଟାକାମାସ୍ଥିତ ଲାର୍ଜ ମିଲିମିଟର ୟେରି ଟେଲିସ୍କୋପ୍‌ ସହାୟତାରେ ଶୁକ୍ରରେ ଫସଫିନ୍‌ ଗ୍ୟାସ୍‌ ଥିବା ଜଣାପଡ଼ିଛି। ଏଠାକାର ବାୟୁମଣ୍ଡଳରେ ୯୬ ପ୍ରତିଶତ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ରହିଛି। ଏଠାକାର ଭୂପୃଷ୍ଠର ତାପମାତ୍ରା ପ୍ରାୟ ୪୦୦ ଡିଗ୍ରୀ ସେଲସିୟସ୍‌। ତେଣୁ ଯଦି କୌଣସି ଜୀବନ ଏଠାରେ ରହିଥାଏ ତାହା ଭୂପୃଷ୍ଠଠାରୁ ୫୦ କିଲୋମିଟର ଉପରେ ରହିବା ସ୍ବାଭାବିକ ବୋଲି ଗ୍ରୀବ୍ସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri