ଗ୍ରେଟର ନୋଏଡ଼ା ଆକାଶରେ ଏଲିଅନ୍‌: ଲୋକେ ଆତଙ୍କିତ !

ନୋଏଡା, ୧୮।୧୦: ଆକାଶରେ ଲାଲ୍‌ ରଙ୍ଗର ଏଲିଅନ୍‌ ନେଇ ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଦଙ୍କୌର ଅଞ୍ଚଳର ପାରସୌଲ ଗାଁରେ ଲୋକ ଏଭଳି ଏକ ଅଜବ ପ୍ରାଣୀ ଆକାଶରୁ ଖସି ଗାଁ କେନାଲ ଗଛପତ୍ର ଗହଳିରେ ଲୁଚିଥିବା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତବମ୍ବ ହୋଇଯାଇଥିଲେ। କେନାଲରେ ଲାଲ କଳା ରଙ୍ଗ ରୋବୋ ଆକୃତିର ଏକ ଅବୟବ ଦୋହଲୁଥିବା ପୋଲିସ ଦେଖିଥିଲେ। ଶେଷରେ ପୋଲିସ ଏଲିଅନ ବୋଲି କୁହାଯାଉଥିବା ଆକୃତି ପାଖରେ ପହଞ୍ଚିଥିଲେ। ଏହା ଏକ ମଣିଷ ଆକୃତିର ବଡ଼ ବେଲୁନ ଥିଲା। ଏହାକି କାହିଁକି କିଏ ଉଡ଼ାଉଥିଲା ସେ ନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବେଲୁନକୁ ଗୁପ୍ତଚରୀ କାର୍ଯ୍ୟରେ ଲଗାଯାଇଥିବା ସନ୍ଦେହ ମଧ୍ୟ କରାଯାଉଛି। ତେବେ ପ୍ରକୃତରେ ଏହା ବେଲୁନ ବୋଲି ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଦୂର ହୋଇଛି। ପୋଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

Share