Categories: ଫୁରସତ

ଏଲିଅନ୍ସଙ୍କ ଭାଷା ବୁଝିବା ହେବ ସହଜ, ‘ଏଲିଅନ୍ସ ଡିକ୍ସନାରି’ ପ୍ରସ୍ତୁତ କଲେ ବୈଜ୍ଞାନିକ

ଏଲିଅନ୍ସ କିମ୍ବା ଅନ୍ୟ ଗ୍ରହରେ ଜୀବନ ଠାବ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ବୈଜ୍ଞାନିକମାନେ ଏନେଇ ବିଭିନ୍ନ ପ୍ରକାର ଅଧ୍ୟନ କରିବା ସହ ସେମାନଙ୍କ ଜୀବସତ୍ତା ନେଇ ଭିନ୍ନ ମତ ଦେଉଛନ୍ତି। ସେମାନଙ୍କ ଅସ୍ତିତ୍ୱ ଅଛି କି ନାହିଁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ପୃଥିବୀରେ ୟୁଏଫଓ ଦେଖାଯିବାର କଥା କୁହାଯାଉଛି। ବ୍ରିଟେନରେ ୨.୫ବର୍ଷ ଭିତରେ ୧୦୦୦ଟି ୟୁଏଫଓ ଦେଖାଯିବାର ଦାବି କରାଯାଉଛି। ଏଥିସହ ବୈଜ୍ଞାନିକମାନେ ସିଗନାଲ ପଠାଇ ଏଲିଅନ୍ସଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏସବୁ ଭିତରେ ଯଦି ଏଲିଅନ୍ସମାନେ ଆମର ସିଗନାଲକୁ ରିସିଭ କରନ୍ତି ତା ହେଲେ ସେମାନେ କଣ ଆମ ଭାଷା ବୁଝି ପାରିବେ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି।

ବର୍ତ୍ତମାନ ସେହି ସମସ୍ୟାର ସମାଧାନ ହୋଇଛି। ଏଲିଅନ୍ସମାନେ ଆମ ଭାଷା ଯେପରି ବୁଝିପାରିବେ ଆଉ ଆମେ ସେମାନଙ୍କ ଭାଷାରେ ଯେପରି କଥାବାର୍ତ୍ତା କରିପାରିବୁ ସେଥିପାଇଁ ଏଲିଅନ ଡିକ୍ସନାରି ପ୍ରସ୍ତୁତ କରାଯାଇଛି। ୨୫ ଏକାଡେମିକ୍ସର ବୈଜ୍ଞାନିକମାନେ ପ୍ରଥମ ଥର ଏଭଳି ଡିକ୍ସନାରି ବାହାର କରିଛନ୍ତି। ବହିର ନାଁ ହେଉଛି Xenolinguistics: Towards a Science of Extraterrestrial Language। ବହିଟି ଆମାଜନ ଓ କିନଡଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେଉଛି।

ବୈଜ୍ଞାନିକଙ୍କନୁସାରେ, ପ୍ରାଚୀନ ମାନବ ସଭ୍ୟତା ଓ ପଶୁପକ୍ଷୀଙ୍କ ସ୍ବରକୁ ନେଇ ଶତାଦ୍ଦୀ ଶତାଦ୍ଦୀ ଧରି କରାଯାଇଥିବା ଅଧ୍ୟୟନ ସାହାର୍ଯ୍ୟରେ ଏହି ଡିକ୍ସନାରି ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ଅନ୍ୟ ଗ୍ରହର ପ୍ରାଣୀଙ୍କ ସହ ବାର୍ତ୍ତାଳାପକୁ ଡିକୋଡ କରିହେବ। ବହିର ଲେଖକ ଓ ଜୀବବିଜ୍ଞାନୀ ଡ. ଡଗଲାସ ଏ ଭାକୋଚ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବାସ୍ତବଧର୍ମୀ। ଆମେ ସେଟି(Search for extraterrestrial intelligence) କୁ ବ୍ୟବହାର କରି ଅନ୍ୟ ଗ୍ରହକୁ ସନ୍ଦେଶ ପଠାଇ ପାରିବା।

Share